ବାପା ଥିଲେ ଏମିତି ଜନସମର୍ଥନ ଦେଖି ଖୁସି ହୋଇଥାନ୍ତେ-ବର୍ଷା

184

କନକ ବ୍ୟୁରୋ: ବାପା ଥିଲେ ଆଜି ଏମିତି ଜନସମର୍ଥନ ଦେଖି ବହୁତ ଖୁସି ହୋଇଥାନ୍ତେ । ହେଲେ ବାପା ନାହାନ୍ତି କିନ୍ତୁ ପଦ୍ମପୁର ମୋ ପରିବାର । ତେଣୁ ମୋ ପାଇଁ ଆମ ସମସ୍ତଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ନିଜେ ଆଶୀର୍ବାଦ ଦେବାକୁ ଆସିଛନ୍ତି । ଆଉ ଆପଣମାନଙ୍କ ଆଶୀର୍ବାଦ ମୁଁ କାମନା କରୁଛି ବୋଲି ଛଳ ଛଳ ଆଖିରେ ଷ୍ଟେଜ ଉପରୁ ପଦ୍ମପୁରବାସୀଙ୍କୁ କହିଛନ୍ତି ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା । ମୁଖ୍ୟମନ୍ତ୍ରୀ ଯେମିତି ବିକାଶା ଧାରା ବଜାୟ ରଖିଛନ୍ତି ତାହାକୁ ବଜାୟ ରଖିବାକୁ ମୋତେ ଥରେ ସୁଯୋଗ ଦେବେ ବୋଲି ପଦ୍ମପୁରବାସୀଙ୍କୁ ଅନୁରୋଧ କରିଛନ୍ତି ।

ବାପା ଗଲା ପରେ ମୁଖ୍ୟମନ୍ତ୍ରୀ ପଦ୍ମପୁରବାସୀଙ୍କ ସେବା କରିବାକୁ ଏକ ସୁଯୋଗ ଦେଇଛନ୍ତି । ମୋତେ ଆଶୀର୍ବାଦ କଲେ ମୁଁ ବାପାଙ୍କ ଭଳି ଆପଣଙ୍କ ଗହଣରେ ରହି ସେବା କରିବି । ଯେଉଁ ଗାଁକୁ ଯାଉଛି ସେଠି ବାପାଙ୍କର କିଛି ନା କିଛି ସ୍ମୃତି ଅଛି, ଯାହା ମୋ ଆଖିରେ ଲୁହ ଆଣି ଦେଉଛି । ମୋ ବାପା ଆପଣମାନଙ୍କ ସହ ଯେମିତି ଏକ ଭଲପାଇବା ଡୋରୀରେ ବନ୍ଧା ହୋଇଥିଲେ ସେମିତି ମୁଁ ମଧ୍ୟ ରହିବି । ବିଜେପି ମୋ ବାହାଘର ନେଇ ବହୁତ ଅପନିନ୍ଦା ଦେଉଛି, ସୋସିଆଲ ମିଡ଼ିଆରେ ମୋ ଚରିତ୍ର ସଂହାର କରୁଛନ୍ତି । ମୁଁ ତାଙ୍କୁ ଗୋଟେ କଥା କହିବି, ଆପଣଙ୍କ ଘରେ ବି ମୋ ଭଳିଆ ଝିଅ-ବୋହୂ ଥିବେ, ତାଙ୍କୁ ଏମିତି ବ୍ୟବାହର କରୁଛନ୍ତି କି?