କନକ ବ୍ୟୁରୋ: ସାଧାରଣ ଲୋକଙ୍କ ପାଇଁ ଏ ନା ହୁଏତ ଅଜଣା ହୋଇପାରେ କିନ୍ତୁ ଇଏ ହେଉଛନ୍ତି ବତ୍ତମାନ ୍ଭାରତର ଧନୀ ମହିଳା । ଆଇଟି ସେକ୍ଟରରେ ବିଶ୍ୱର ଦ୍ୱିତୀୟ ଧନୀ ମହିଳା ଭାବେ ଖ୍ୟାତି ଅର୍ଜନ କରିଛନ୍ତି ରାଧା ବେମ୍ବୁ ।

Advertisment

ଜୋହୋ କର୍ପୋରେସନ୍ ନାଁ ଶୁଣିଲେ ହଠାତ୍ ମନରେ ଶ୍ରୀଧର ବେମ୍ବୁଙ୍କ ଛବି ମନରେ ଚାଲିଆସେ, ଯିଏ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହୋଇ ମଧ୍ୟ ସାଇକେଲରେ ଅଫିସକୁ ଯିବା ଆସିବା କରୁଥିବା ଖବର ବେଶ୍ ଚର୍ଚ୍ଚାରେ ରହିଛି । ରାଧା ବେମ୍ବୁ ହେଉଛନ୍ତି ଶ୍ରୀଧର ବେମ୍ବୁଙ୍କ ଭଉଣୀ । ରାଧା ବେମ୍ବୁ ଏବେ ଦେଶର ଧନୀ ତାଲିକାରେ ଦ୍ୱିତୀୟ ସ୍ଥାନରେ ଥିବା ହୁରୁନ୍ ଗ୍ଲୋବାଲ୍ ରିଚ୍ ଲିଷ୍ଟ୍ ୨୦୨୩ରେ ପ୍ରକାଶ ପାଇଛି ।

ବର୍ତ୍ତମାନ ରାଧା ବେମ୍ବୁଙ୍କ ନେଟ୍ ଓର୍ଥ ହେଉଛି ୩୨ ହଜାର କୋଟିରୁ ଅଧିକ । ଏହାସହ ସେ ଦେଶର ପ୍ରଥମ ଧନୀ ମହିଳା ତଥା ନାଇକାର ଫାଉଣ୍ଡର ଫାଲଗୁନି ନାୟାରଙ୍କୁ ପଛରେ ପକାଇଛନ୍ତି । ରାଧା ହେଉଛନ୍ତି ଜୋହୋ କର୍ପୋରେସନର ସହ ପ୍ରତିଷ୍ଠାତା ।ପ୍ରଥମେ ବଡ ଭାଇ ଶ୍ରୀଧର ବେମ୍ବୁଙ୍କ ସହ ମିଶି ଆଡଭେନ୍ନେଟ୍ ନାଁରେ ଏକ ଆଇଟି ଫାର୍ମ ଆରମ୍ଭ କରିବା ପରେ ପରବର୍ତ୍ତୀ ସମୟରେ ଏହାକୁ ଜୋହୋ କର୍ପୋରେସନ୍ ନାଁକୁ ବଦଳାଇଥିଲେ, ଯାହା କେବଳ ଦେଶରେ ନୁହେଁ ସାରା ବିଶ୍ୱରେ ଏକ ଖ୍ୟାତିସମ୍ପନ୍ନ ଆଇଟି କମ୍ପାନୀ ।

ରାଧା ଜଣେ ଷ୍ଟେନୋଗ୍ରାଫରଙ୍କ ଝିଅ । ବାପା ସାମ୍ବାମୂର୍ତ୍ତି ବେମ୍ବୁ ହାଇଦ୍ରାବାଦ୍ ହାଇକୋର୍ଟରେ ଜଣେ ଷ୍ଟ୍ରେନୋଗ୍ରାଫର ଭାବେ କାର୍ଯ୍ୟ କରୁଥିଲେ । କିନ୍ତୁ ନିଜର ୩ ପୁଅ ଝିଅଙ୍କୁ ଉଚ୍ଚ ଶିକ୍ଷା ଦେବାରେ ତିଳେମାତ୍ର ଅବହେଳା କରିଥିଲେ, ଯାହା ପରବର୍ତ୍ତୀ ସମୟରେ ତାଙ୍କ ପରିଶ୍ରମକୁ ସଫଳ କରିଥିଲା ।୧୯୭୨ରେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିବା ରାଧା ବେମ୍ବୁ ଆଇଆଇଟି ମାଡ୍ରାସରେ ଇଣ୍ଡଷ୍ଟ୍ରିଆଲ ମ୍ୟାନେଜମେଣ୍ଟରେ ଗ୍ରାଜୁଏସନ୍ ଶେଷ କରିବା ପରେ ୧୯୯୬ରେ ଉଚ୍ଚ ଶିକ୍ଷା ଗ୍ରହଣ କରୁଥିବା ସମୟରେ ଏକ ସମୟରେ ଜୋହୋ ମେଲର ପ୍ରଡକ୍ଟ ମ୍ୟାନେଜର ଭାବେ କାମ ଆରମ୍ଭ କରିଥିଲେ । ବର୍ତ୍ତମାନ ରାଧା ବେମ୍ବୁ ଜୋହୋ କର୍ପୋରେସନର ସହପ୍ରତିଷ୍ଠାତା ଭାବେ କାର୍ଯ୍ୟଭାର ସମ୍ଭାଳିବା ସହ ଜାନକୀ ହାଇଟେକ୍ ଆଗୋ ପ୍ରାଇଭେଟ୍ ଲିମିଟେଡ୍ ର ମୁକ୍ୟ ଏବଂ ରିଅଲ ଇଷ୍ଟେଟ୍ କମ୍ପାନୀ ‘ ହାଇଲ୍ୟାଣ୍ଡ ଭ୍ୟାଲି କର୍ପୋରେସନ୍ ପ୍ରାଇଭେଟ୍ ଲିମିଟେଡ୍’ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ।

ବର୍ତ୍ତମାନ ରାଧା ବେମ୍ବୁ ଜୋହୋ ମେଲର ପ୍ରଡକ୍ଟିଭ୍ ମ୍ୟାନେଜର ଥିବାବେଳେ ପାଖାପାଖି ୨୫୦ରୁ ଅଧିକ ଷ୍ଟାଫ୍ ତାଙ୍କ ଅଧିନରେ କାର୍ଯ୍ୟ କରୁଛନ୍ତି । ଜୋହୋ କମ୍ପାନୀ ଦାବୀ ମୁତାବକ, କମ୍ପାନୀ ପାଖାପାଖି ୬ କୋଟିରୁ ଅଧିକ ୟୁଜର୍ସ ଥିବାବେଳେ ଜୋହୋ କର୍ପୋରେସନର କାରବାର ୯ଟି ଦେଶରେ ରହିଛଇ । ଏହି କମ୍ପାନୀକୁ ଆଜି ଆଗଧାଡିରେ ଛିଡା କରିବାରେ ରାଧାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ଦେଖିବାକୁ ଅତି ସାଧାସିଧା ଓ ସରଳ ଜୀବନ ବଞ୍ଚୁଥିବା ରାଧା ବୁମ୍ବେ କାମରେ କିନ୍ତୁ ପୁରା ପକ୍କା । ନିଜର ଅଧ୍ୟବସାୟ ଓ ନିଷ୍ଠା ବଳରେ ଆଜି ଦେଶର ଦ୍ୱିତୀୟ ଧନୀ ମହିଳା ଭାବେ ପ୍ରତିଷ୍ଠା ପାଇଥିବାବେଳେ ବିଶ୍ୱରେ ମଧ୍ୟ ତାଙ୍କର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇପାରିଛି, ଯାହା ପ୍ରତ୍ୟେକ ଭାରତୀୟ ମହିଳାଙ୍କ ପାଇଁ ଏକ ପ୍ରେରଣା ।