ଭାରତ ଯାତ୍ରା ସମୟରେ ଆବୁଧାବୀର ଜଣେ ବ୍ୟକ୍ତି ଓ ତାଙ୍କ ୫ ବର୍ଷୀୟ ପୁଅ ୧୨ଘଣ୍ଟାରୁ ବି କମ୍ ସମୟରେ ସାର୍ବଜନିକ ପରିବହନ ମାଧ୍ୟମରେ ସର୍ବାଧିକ ବିଶ୍ୱ ଐତିହ ସ୍ଥଳୀର ଭ୍ରମଣ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ଆବୁଧାବୀର ଆଇଟି ରେ କାମ କରୁଥିବା ମୋହମ୍ମଦ ତାହିର(୩୬) ନିଜ ପୁଅ ମୋହମ୍ମଦ ଅୟାନକୁ ଅଟଳ ନିଶ୍ଚୟ ପାଠ ପଢ଼ାଇବା ଓ ସ୍ୱଦେଶର ସଂସ୍କୃତି ବିଷୟରେ ଜଣାଇବା ପାଇଁ ଦୁହେଁ ମିଶି ବିଶ୍ୱ ରେକର୍ଡ ସୃଷ୍ଟି କରିବାକୁ ଚାହୁଁଥିଲେ ।
ଦୁହେଁ ୧୧ ଘଣ୍ଟା, ୩୩ ମିନିଟ୍ ଓ ୧୮ ସେକେଣ୍ଡରେ ପାଖାପାଖି ୩୦୦ କିମି ଦୂର ଯାତ୍ରା କରି ଐତିହ ସ୍ଥଳୀର ଭ୍ରମଣ କଲେ । ଗତ ରେକର୍ଡ ନେଦରଲ୍ୟାଣ୍ଡର ଦୁଇ ଜଣ ବ୍ୟକ୍ତି ବନାଇଥିଲେ, ଯେଉଁମାନେ ୨୪ ଘଣ୍ଟାରେ ନିଜର ଯାତ୍ରା ପୁରା କରିଥିଲେ । ତାହିର ଓ ଅୟାନ ଉତ୍ତର ପ୍ରଦେଶରେ ତାଜମହଲ, ଆଗ୍ରାର କିଲ୍ଲା, ଫତେହପୁର ସିକ୍ରି, ରାଜସ୍ଥାନରେ କେବଲାଦେବ ରାଷ୍ଟ୍ରୀୟ ଉଦ୍ୟାନ ଏବଂ ରାଷ୍ଟ୍ରୀୟ ରାଜଧାନୀରେ ହୁମାୟୁନଙ୍କ କିଲ୍ଲା, ଲାଲ୍ କିଲ୍ଲା ଓ କୁତବ ମିନାର ଯାଇଥିଲେ । ସେମାନେ ଇଲେକ୍ଟ୍ରିକ୍ ରିକ୍ସା, ଅଟୋ, କ୍ୟାବ, ସାର୍ବଜନିକ ବସ୍, ଟ୍ରେନ୍, ମେଟ୍ରୋ ଓ ଚାଲି ଚାଲି ଏହି ଯାତ୍ରା ପୁରା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/08/tajmahal_660_100317095307.jpg)
/kanak/media/post_attachments/wp-content/uploads/2018/08/bb79c6c309710f09e5fa6c8ec98be9ec-300x168.jpg)