ବୌଦ୍ଧ ମୁଣ୍ଡେଶ୍ୱର ଜଙ୍ଗଲରେ ନିଆଁ ଲଗାଇ ବାପ-ପୁଅ ଗିରଫ : ବାପ-ପୁଅଙ୍କୁ ବାନ୍ଧିଲା ବନବିଭାଗର ସ୍ୱତନ୍ତ୍ର ସ୍କ୍ୱାର୍ଡ

ବାପ-ପୁଅଙ୍କୁ ଆଜି କୋର୍ଟ ଚାଲାଣ କରିବ ପୋଲିସ

103

କନକ ବ୍ୟୁରୋ : ଜଙ୍ଗଲରେ ନିଆଁ ଲଗାଇ ବାପ, ପୁଅ ଗିରଫ । ବୌଦ୍ଧ ଜିଲ୍ଲା ମାଧପୁର ରେଂଜ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇ ବାପ,ପୁଅ ଗିରଫ । ତାଙ୍କ ଠାରୁ ୨ ଟାଙ୍ଗିଆ ଓ ଦିଆସିଲି ଜବତ ହୋଇଛି ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରେ ପେଟ୍ରୋଲିଂ ବେଳେ ୪ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ବାପ ପୁଅ ବନ ବିଭାଗ ସ୍କ୍ୱାର୍ଡକୁ ଦେଖି ଦୌଡି ପଳାଇବାକୁ ଉଦ୍ୟମ କଲା ବେଳେ ଧରାପଡ଼ିଛନ୍ତି । ଅଭିଯୁକ୍ତମାନେ ହେଲେ ମାଧପୁର କଲୋନୀ ସାହିର ଆସନ ମାଝୀ ଓ ତାଙ୍କ ପୁଅ ଶ୍ୟାମଘନ ମାଝୀ ।

ଚଢ଼ାଉ ବେଳେ ରେଂଜ ଅଧିକାରୀ ସରୋଜ ମିଶ୍ର, ଫରେଷ୍ଟର ସ୍ୱାଧୀନ ସମାଲ, ବନରଖି ସତିରଂଜନ କମ୍ପୋ ସମେତ ଫାୟାର ସ୍କ୍ୱାର୍ଡ କର୍ମଚାରୀ ସାମିଲ ଥିଲେ । ଗତ ୧୩ ତାରିଖରେ ପୁରୁଣା କଟକରେଂଜ ମୁଣ୍ଡେଶ୍ୱର ଜଙ୍ଗଳରୁ ୪ଜଣଙ୍କୁ ଶନିବାର ଦିନ ମନମୁଣ୍ଡା ରେଂଜ ସବୁର୍ଣ୍ଣଗିରି ଜଙ୍ଗଲରୁ ବନ୍ଧୁକ ସହ ୨ଜଣଙ୍କୁ ଗିରଫ କରି ବନବିଭାଗ କୋର୍ଟ ଚାଲାଣ କରିଥିଲା ।