କନକ ବ୍ୟୁରୋ: ବାପାର ଗୁଳିମାଡରେ ପୁଅର ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର ନିକଟ ବାରଙ୍ଗ ଥାନା ଅଞ୍ଚଳରେ । ବେଣ୍ଟୁଆ ଗାଁର ଯଦୁ ମୁଣ୍ଡା ନାମକ ଜଣେ ବ୍ୟକ୍ତି, ନିଜ ୧୬ ବର୍ଷର ପୁଅ ଶିବ ମୁଣ୍ଡାଙ୍କ ଉପରେ ଗୁଳିମାଡ଼ କରିଥିବା ଅଭିଯୋଗ ହୋଇଛି । ମଦପାନ କରି ନିଶାଶକ୍ତ ଅବସ୍ଥାରେ ପୁଅର ଛାତିକୁ ୨ ରାଉଣ୍ଡ ଗୁଳି ମାଡ କରିଛି ବାପା । ଘଟଣା ସ୍ଥଳରେ ପୁଅ ଶିବ ମୁଣ୍ଡା ପ୍ରାଣ ହରାଇଥିବା ବେଳେ ଅଭିଯୁକ୍ତ ଯଦୁ ମୁଣ୍ଡା ଫେରାର ହୋଇଯାଇଛି । ତେବେ ବାରଙ୍ଗ ଥାନା ପୁଲିସ ଏହି ଘଟଣାରେ ଖୋଳତାଡ ଆରମ୍ଭ କରିଛି ।
ବାପାର ଗୁଳିମାଡରେ ପୁଅର ମୃତ୍ୟୁ । ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ପୁଅ ଛାତିକୁ ବାପା ମାରିଲା ୨ ରାଉଣ୍ଡ ଗୁଳି ।
/kanak/media/post_attachments/wp-content/uploads/2021/09/dc-Cover-g588c640kepqgfukr2tq2v1a16-20160806084948.Medi_.jpeg)