ଉଦ୍ଧାର ଟଙ୍କା ସୁଝି ପାରିଲେନି, ଶିଶୁକନ୍ୟାକୁ ବିକ୍ରି କରିଦେଲେ ବାପା । ଥାନାରେ ଅଭିଯୋଗ କଲେ ଜେଜେବାପା, ମାମଲା ରୁଜୁ କରିବା ସହ ଶିଶୁ କନ୍ୟାକୁ ଉଦ୍ଧାର କଲା ପୋଲିସ ।

136

କନକ ବ୍ୟୁରୋ :  ଉଦ୍ଧାର ଟଙ୍କା ସୁଝି ନପାରିବାରୁ, ଅଢ଼େଇବର୍ଷର ଶିଶୁକନ୍ୟାକୁ ବିକ୍ରି କରିଦେଲା ବାପା । ନାତୁଣୀକୁ ପୁଅ ବିକ୍ରି କରିଦେଇଥିବା ଜେଜେ ଅଭିଯୋଗ କରିବା ପରେ ବିଂଝାରପୁର ପୋଲିସ ଶିଶୁକନ୍ୟାକୁ ଉଦ୍ଧାର କରି ମାମଲାର ତଦନ୍ତ ଚଳାଇଛି । ଏଭଳି ଘଟଣା ଘଟିଛି, ବିଂଝାରପୁର ଥାନା ଫତେପୁର ପଂଚାୟତ ମଲିଆ ଗାଁରେ ।

ଅଭିଯୋଗ ଅନୁସାରେ ମଲିଆ ଗାଁର ରମେଶ ବାରିକ ତାଙ୍କ ଅଢ଼େଇ ବର୍ଷର ଝିଅକୁ ବିଂଝାରପୁର ଅଂଚଳର ଜଣଙ୍କୁ ବିକ୍ରି କରିଦେଇଛନ୍ତି । ରମେଶ ଜଣଙ୍କଠାରୁ ୫ହଜାର ଟଙ୍କା ଧାର ଆଣି ଦେଇ ନପାରିବାରୁ ନିଜ ଝିଅକୁ ଦେଇ ଦେଇଥିବା ଅଭିଯୋଗ କରିଛନ୍ତି ତାଙ୍କ ବାପା । ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ବିଂଝାରପୁର ସୟଦପୁର ଅଂଚଳର ମିଟୁ ଜେନାଙ୍କ ଘରୁ ଶିଶୁ କନ୍ୟାକୁ ଉଦ୍ଧାର କରିଛି । ଓ ତାଙ୍କୁ ପଚରାଉଚରା କରୁଛି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ଘଟଣାର ଅନୁସନ୍ଧାନ କରିବା ସହ ଶିଶୁ କନ୍ୟାକୁ ଆଣି ଶିଶୁ ମଙ୍ଗଳ ସମିତିରେ ରଖିଥିବା ଜଣାପଡିଛି ।