କନକ ବ୍ୟୁରୋ : ଉଦ୍ଧାର ଟଙ୍କା ସୁଝି ନପାରିବାରୁ, ଅଢ଼େଇବର୍ଷର ଶିଶୁକନ୍ୟାକୁ ବିକ୍ରି କରିଦେଲା ବାପା । ନାତୁଣୀକୁ ପୁଅ ବିକ୍ରି କରିଦେଇଥିବା ଜେଜେ ଅଭିଯୋଗ କରିବା ପରେ ବିଂଝାରପୁର ପୋଲିସ ଶିଶୁକନ୍ୟାକୁ ଉଦ୍ଧାର କରି ମାମଲାର ତଦନ୍ତ ଚଳାଇଛି । ଏଭଳି ଘଟଣା ଘଟିଛି, ବିଂଝାରପୁର ଥାନା ଫତେପୁର ପଂଚାୟତ ମଲିଆ ଗାଁରେ ।
ଅଭିଯୋଗ ଅନୁସାରେ ମଲିଆ ଗାଁର ରମେଶ ବାରିକ ତାଙ୍କ ଅଢ଼େଇ ବର୍ଷର ଝିଅକୁ ବିଂଝାରପୁର ଅଂଚଳର ଜଣଙ୍କୁ ବିକ୍ରି କରିଦେଇଛନ୍ତି । ରମେଶ ଜଣଙ୍କଠାରୁ ୫ହଜାର ଟଙ୍କା ଧାର ଆଣି ଦେଇ ନପାରିବାରୁ ନିଜ ଝିଅକୁ ଦେଇ ଦେଇଥିବା ଅଭିଯୋଗ କରିଛନ୍ତି ତାଙ୍କ ବାପା । ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ବିଂଝାରପୁର ସୟଦପୁର ଅଂଚଳର ମିଟୁ ଜେନାଙ୍କ ଘରୁ ଶିଶୁ କନ୍ୟାକୁ ଉଦ୍ଧାର କରିଛି । ଓ ତାଙ୍କୁ ପଚରାଉଚରା କରୁଛି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ଘଟଣାର ଅନୁସନ୍ଧାନ କରିବା ସହ ଶିଶୁ କନ୍ୟାକୁ ଆଣି ଶିଶୁ ମଙ୍ଗଳ ସମିତିରେ ରଖିଥିବା ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/4-16.jpg)