ବାପା ନାଁରେ କଳଙ୍କ ! ଦୁଇବର୍ଷ ଧରି ନିଜ ଝିଅଙ୍କ ସହ ଦୁଷ୍କର୍ମ କରୁଥିବା ଜଣେ ଅମଣିଷ ବାପାର କାହାଣୀ । 

65

ବର୍ତ୍ତମାନ ସମାଜରେ ଝିଅ ହୋଇ ଜନ୍ମ ହେବା ଯେଭଳି ଏକ ବଡ ଅପରାଧ । ପାଦେ ପାଦେ ବିପଦର ବୋଝକୁ ନେଇ ଚାଲୁଥିବା ଝିଅ କେବଳ ବାହାରେ ନୁହଁ ଘର ଭିତରେ ମଧ୍ୟ ସୁରକ୍ଷିତ ହୋଇ ରହିପାରୁନାହିଁ । ଏମିତିକି ନିଜ ଜନ୍ମକଲା ବାପା ମଧ୍ୟ ନିଜର କାମନାକୁ ଚାପିନପାରି ଝିଅ ପ୍ରତି ଲୋଲୁପ ଦୃଷ୍ଟି ପକାଉଛି । ଏଭଳି ଏକ ଲଜ୍ଜାଜନକ ଘଟଣା ଏବେ ସାମ୍ମାକୁ ଆସିଛି । ଦୁଇ ବର୍ଷ ଧରି ନିଜର ଦୁଇ ଝିଅଙ୍କ ସହ ଦୁଷ୍କର୍ମ କରୁଥିବାରୁ ବାପାକୁ ଗିରଫ କରିଛି ପୋଲିସ୍ । ଦୀର୍ଘ ଦୁଇ ବର୍ଷ ପରେ ଦୁଇ ଜଣ ପୀଡ଼ିତା ମୁହଁ ଖୋଲିବାରୁ ସୋମବାର ଅଭିଯୁକ୍ତ ବାପାକୁ ପୋଲିସ୍ ଗିରଫ କରିଥିଲା । ଦୁଇ ଜଣ ନାବାଳିକା ହୋଇଥିବାରୁ ଅଭିଯୁକ୍ତକୁ ପୋସ୍କୋ ଆକ୍ଟ ଅନୁଯାୟୀ ଗିରଫ କରାଯାଇଥିବା ଜଣା ପଡ଼ିଛି ।ସୂଚନା ମୁତାବକ, ଦୁଇ ବର୍ଷ ପୂର୍ବରୁ ଅଭିଯୁକ୍ତ ଜଣଙ୍କ ନିଜ ବଡ଼ ଝିଅ ସହ ଦୁଷ୍କର୍ମ କରିବା ଭଳି ଲଜ୍ଜାଜନକ କାମ କରିବା ଆରମ୍ଭ କରିଥିଲେ । ଘରର ସମସ୍ତ ସଦସ୍ୟ କାମରେ ବାହାରକୁ ଯାଇଥିବା ବେଳେ ପୀଡ଼ିତା ଜଣଙ୍କ ଉପର ଘରେ ବସି ପାଠ ପଢ଼ୁଥିଲେ । ଏହି ସମୟରେ ଅଭିଯୁକ୍ତ ଆସି ତା’ଙ୍କ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ପୀଡ଼ିତା ଜଣଙ୍କ ରୋକିବାକୁ ଚେଷ୍ଟା କରିବାରୁ ଅଭିଯୁକ୍ତ ଜଣଙ୍କ ତା’ଙ୍କୁ ମାଡ଼ ମାରିବା ସହ ବଳପୂର୍ବକ ତା’ଙ୍କ ସହ ଦୁଷ୍କର୍ମ କରିଥିଲେ । ଏହା ସହ ଏ ବିଷୟରେ କାହାକୁ ଜଣାଇଥିଲେ ତୋ ମା’ ସହ ତତେ ମଧ୍ୟ ବେଶ୍ୟା ବୃତ୍ତିରେ ନିୟୋଜିତ କରାଇବାର ଧମକ ଦେଇଥିଲେ । ଅଭିଯୁକ୍ତଙ୍କ ଏପରି ଧମକରେ ପୀଡ଼ିତା ଜଣଙ୍କ କାହାକୁ କିଛି କହି ନଥିଲେ । କିନ୍ତୁ କିଛି ଦିନ ପରେ ଅଭିଯୁକ୍ତ ଜଣଙ୍କ ନିଜ ସାନ ଝିଅକୁ ମଧ୍ୟ ନିଜ ବାସନାର ଶିକାର ବନାଇଥିଲେ । ପୀଡ଼ିତା ଏବଂ ତା’ଙ୍କ ସାନ ଭଉଣୀ ଘରେ ଟିଭି ଦେଖୁଥିବା ବେଳେ ଅଭିଯୁକ୍ତ ଜଣଙ୍କ ଆସି ସାନ ଝିଅ ସହ ଅସଦାଚରଣ କରିବା ଆରମ୍ଭ କରି ଦେଇଥିଲେ । ଏହାକୁ ଦେଖି ପୀଡ଼ିତା ଜଣଙ୍କ ପାଟି କରିବାରୁ ଅଭିଯୁକ୍ତ ଜଣଙ୍କ ତା’ଙ୍କୁ ମାଡ଼ ମାରିବା ସହ ପାଟି କଲେ ତୁମ ସାନ ଭାଇକୁ ମାରିଦେବି ବୋଲି ଧମକ ଦେଇଥିଲେ । ସାନ ଭଉଣୀକୁ ନିଜ ପରି ନିର୍ୟ୍ୟାତିତ ହେଉଥିବା ଦେଖି ପୀଡ଼ିତା ଜଣଙ୍କ ତା’ଙ୍କ ମା’ଙ୍କୁ ସବୁ କିଛି ଜଣାଇଥିଲେ । ସବୁ ଘଟଣା ବିଷୟରେ ଜାଣିବା ପରେ ପୀଡ଼ିତା ଏବଂ ତାଙ୍କ ମା’ ଯାଇ ପୁଲିସରେ ଏତଲା ଦେବା ପରେ ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଥିଲା ।