ଆରଜେଡି ଟିକେଟରୁ ଲଢୁଥିବା ରାମବିଳାଶ ପାସୱାନଙ୍କ ବିରୁଦ୍ଧରେ ନାମାଙ୍କନ ଦାଖଲ କରିଛନ୍ତି ତାଙ୍କ ବାପା ଓଦ୍ଧାଲି ପାସୱାନ

450

କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ବହୁ ରୋଚକ କଥା ଦେଖିବାକୁ ମିଳୁଛି । ଟିକେଟ୍ ନପାଇ କେହି ନେତା ଦଳ ଛାଡୁଛନ୍ତି ତ ଆସନ ବୁଝାମଣା ହୋଇ ନପାରି କେହି ମେଣ୍ଟରୁ ବାହାରି ଯାଉଛନ୍ତି । ହେଲେ ଏବେ ଏକ ରୋଚକ ଖବର ସାମ୍ନାକୁ ଆସିଛି । ଗୋଟିଏ ନିର୍ବାଚନ ମଣ୍ଡଳୀରୁ ପୁଅ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ବିରୁଦ୍ଧରେ ସ୍ୱାଧୀନ ଭାବେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ଙ୍କ ବାପା ।
ସୂଚନା ମୁତାବକ ବିହାରର ଭାଗଲପୁର ଜିଲ୍ଲା ପୀରପେନ୍ତି ନିର୍ବାଚନ ମଣ୍ଡଳୀରୁ ଆରଜେଡି ଟିକେଟରୁ ଲଢୁଥିବା ରାମବିଳାଶ ପାସୱାନଙ୍କ ବିରୁଦ୍ଧରେ ନାମାଙ୍କନ ଦାଖଲ କରିଛନ୍ତି ତାଙ୍କ ବାପା ଓଦ୍ଧାଲି ପାସୱାନ। ଏହି ଆସନରେ ନଭେମ୍ବର ୩ ଅର୍ଥାତ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ ।

୨୦୧୫ ବିଧାନସଭା ନିର୍ବାଚନରେ ଏହି ଆସନରୁ ଆରଜେଡି ଟିକେଟରେ ଲଢି ରାମବିଳାଶ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଲଲନ ପଶୱାନଙ୍କୁ ୫ ହଜାରରୁ ଅଧିକ ଭୋଟରେ ହରାଇଥିଲେ । ରାମବିଳାଶଙ୍କୁ ୮୦ ହଜାର ଭୋଟ ମିଳିଥିବା ବେଳେ ଲଲନଙ୍କୁ ୭୫ ହଜାର ଭୋଟ୍ ମିଳିଥିଲା ।

ରାମବିଳାଶଙ୍କ ବିରୁଦ୍ଧରେ ତାଙ୍କ ପିତା ଖାଲି ନାମାଙ୍କନ ପତ୍ର ଦାଖଲ କରି ନାହାନ୍ତି । କହିରଖୁ କି ଯେଉଁଦିନ ରାମବିଳାଶ ଏକ ବିରାଟ ଶୋଭାଯାତ୍ରାରେ ନାମାଙ୍କନ ଦାଖଲ କରିବାକୁ ଯାଉଥିଲେ ସେହି ଏକା ସମୟରେ ତାଙ୍କ ବାପା ବି କିଛି ସାଥି ଓ ସମର୍ଥକଙ୍କ ସହ ଯାଇ ନାମାଙ୍କନ ଭରିଥିଲେ । ଯାହାକି ଦେଖଣାହାରୀଙ୍କ ପାଇଁ ଏକ ରୋଚକ ଚିତ୍ର ଥିଲା ।