କନକ ବ୍ୟୁରୋ: ଟଙ୍କା ପାଇଁ ବୁଢା ବାପା-ମାଆଙ୍କୁ ମାରି ଲହୁ ଲୁହାଣ କଲା ନିର୍ଦ୍ଦୟ ପୁଅ । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ପିପିଲି ଥାନା ସିରିଆପୁର ଗାଁରୁ । ଗାଁର ୭୦ ବର୍ଷୀୟ ପବନି ବେହେରା ଜମି ବିକି ଟଙ୍କା ରଖିଥିଲେ । ବାରମ୍ବାର ମାଗିବାରୁ ପୁଅକୁ ଟଙ୍କା ନଦେବାରୁ ଗତକାଲି ରାତି ଅଧରେ କାଠ ଫାଳିଆ ଧରି ଆକ୍ରମଣ କରିଥିଲା ପୁଅ ।
ଉଭୟ ପବନି ବେହେରା ଓ ପତ୍ନୀ ପ୍ରମିଳା ବେହେରାଙ୍କୁ ମାଡ ମାରିବା ସହ ଘରୁ ତଡି ଦେଇଛି ପୁଅ ନାରାୟଣ । ଏହାସହ ବାପା ମାଆ, ଝିଅ ଜ୍ୱାଇଁ ସମସ୍ତଙ୍କୁ ହତ୍ୟା କରିବାର ନାରାୟଣ ଧମକ ବି ଦେଇଥିବା କାନ୍ଦି କାନ୍ଦି ଅଭିଯୋଗ କରିଛନ୍ତି ବାପାମାଆ । ଆହତ ମାଆଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବାବେଳେ, ବାପା ପବନି ବେହେରା ଏନେଇ ପିପିଲି ଥାନାରେ ଅଭିଯୋଗ କରିବେ ବୋଲି ସୂଚନା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/old-couple.jpg)