ଚିକିତ୍ସା କରିପାରିବନି ବୋଲି...ନିଜ ୮ବର୍ଷର ଝିଅକୁ ପନିକିରେ ହାଣିଦେଲା ଜଲ୍ଲାଦ ବାପା । ଛଟପଟ ହୋଇ ଚାଲିଗଲା କୁନି ଝିଅର ଜୀବନ

Advertisment
ଚିକିତ୍ସା କରିପାରିବନି ବୋଲି...ନିଜ ୮ବର୍ଷର ଝିଅକୁ ପନିକିରେ ହାଣିଦେଲା ଜଲ୍ଲାଦ ବାପା । ଛଟପଟ ହୋଇ ଚାଲିଗଲା କୁନି ଝିଅର ଜୀବନ

କନକ ବ୍ୟୁରୋ: ଝିଅକୁ ଅତି ବିଭତ୍ସ ଭାବେ ହତ୍ୟାକଲା ଜହ୍ଲାଦ ବାପା । ନୂଆପଡାରେ ଏଭଳି ଏକ ଘଟଣା ଚାଂଚଲ୍ୟ ସୃଷ୍ଟି କରିଛି । ପନିକିରେ ନିଜ ୮ ବର୍ଷର ଝିଅ ବେକକୁ ହାଣି ଦେଇଛି ବାପା । ଛଟପଟ ହୋଇ ଘଟଣାସ୍ଥଳରେ ଝିଅର ପ୍ରାଣ ଚାଲିଯିବାବେଳେ ବାପା ଫେରାର ହୋଇଯାଇଥିଲା । ତେବେ ଖବର ପାଇ ପୋଲିସ ମୃତ ସରିତା କେତକୀର ଶବକୁ ଜବତ କରିଥିବାବେଳେ ରାତିରେ ହତ୍ୟାକାରୀ ବାପା ମହେନ୍ଦ୍ର କେତକୀ ଥାନାରେ ଆତ୍ମସମର୍ପଣ କରିଛି ।

publive-image

ହତ୍ୟାର କାରଣ ଶୁଣିଲେ ଆପଣ ଆହୁରି ଆଶ୍ଚର୍ଯ୍ୟ ହୋଇଯିବେ । ଅର୍ଥ ଅଭାବରୁ ରୋଗିଣା ଝିଅର ଚିକିତ୍ସା କରିନପାରି ତାକୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଛି ବାପା । ଖଡ଼ିଆଳ ଥାନା ଅନ୍ତର୍ଗତ କୋଟମାଲ ଗ୍ରାମର ମହେନ୍ଦ୍ର କେତକୀଙ୍କ ୮ବର୍ଷରୁ ଝିଅ ସରିତାଙ୍କ ମୃତ୍ୟୁ ଘଟିଛି। ମହେନ୍ଦ୍ର କୌଣସି କାରଣକୁ ରାଗିଯାଇ ଘରେ ଥିବା ଏକ ପନଖିରେ ଝିଅର ବେକକୁ ହାଣି ହତ୍ୟା କରିଛି।

publive-image

ପରେ ମୃତ ଝିଅର ବଡ଼ବାପା ଖବର ପାଇଁ ତୁରନ୍ତ ଖଡ଼ିଆଳ ଥାନାକୁ ଆସି ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଏକ ଟିମ୍ ନେଇ ଗାଁକୁ ଯାଇ ସରିତାର ମୃତଦେହକୁ ଉଦ୍ଧାର କରିବା ସହ ହତ୍ୟା କରିଥିବା ପନଖିକୁ ମଧ୍ୟ ଜବତ କରାଯାଇଛି। ମୃତଦେହ ଶନିବାର ବ୍ୟବଛେଦ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। କେଉଁ କାରଣ ହେତୁ ବାପା ଜଣେ ୮ବର୍ଷର ଝିଅଙ୍କୁ ହତ୍ୟା କରିଛନ୍ତି ପୁଲିସ ତଦନ୍ତ କଳାପରେ ଜଣାପଡିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe