ସେଲ୍ଫି ନେବା ବାହାନାରେ ୧୨ ବର୍ଷର ପୁଅକୁ ଏମିତି ହତ୍ୟା କଲା ବାପ, ପୋଲିସକୁ ଶୁଣାଇଲା ଏମିତି କାହାଣୀ

127

କନକ ବ୍ୟୁରୋ : ଗୁଜୁରାଟର ସୁରଟରୁ ଆସିଛି ଏକ ଛାତିଥରା କାହାଣୀ । ଜଣେ ବାପ ତାର ନାବାଳିକା ପୁଅକୁ ନଦୀକୁ ଠେଲି ଦେଇ ହତ୍ୟା କରିଛି । ସୂଚନା ମୁତାବକ ଗୁଜୁରାଟ ସୁରଟର ଜଣେ ବ୍ୟକ୍ତି ନିଜର ନାବାଳକ ପୁଅକୁ ବାଣ ଦେବା ବାହାନାରେ ଡାକିନେଇ ପୋଲ ଉପରୁ ନଦୀକୁ ଠେଲି ଦେଇଥିଲା । ଏନେଇ ପୋଲିସ ସଂପୃକ୍ତ ବାପକୁ ପଚାରିବାରୁ ସେ କହିଥିଲା କି ପୁଅ ସେଲ୍ଫି ନେବା ବେଳେ ପୋଲ ତଳକୁ ଖସିପଡି ମୃତ୍ୟୁବରଣ କରିଛି । ଯାଂଚ ପରେ ସବୁ ସତ୍ୟ ପଦାକୁ ଆସିବା ପରେ ଏବେ ସଂପୃକ୍ତ ବାପାକୁ ଗିରଫ କରି ଜେଲକୁ ପଠାଇଛି ପୋଲିସ ।

ଏହି ଘଟଣା ସୁରତର ତାନପୁର ଅଞ୍ଚଳରେ ଘଟିଛି । ଅଭିଯୁକ୍ତ ଜାଫିର ସଇଦ ଶେଖ ଅକ୍ଟୋବର ୩୧ ତାରିଖ ଦିନ ନିଜ ପୁଅକୁ ତାପି ନଦୀ ଉପରେ ନିର୍ମାଣ ହେଉଥିବା ମକ୍କାଇ ପୋଲ ନିକଟକୁ ଡାକି ନେଇଯାଇଥିଲା । ସେଠାରେ ସେ ନିଜର ନାବାଳକ ପୁଅକୁ ନଦୀ ଭିତରକୁ ଠେଲି ଦେଇଥିଲା । ଏହାପରେ ନିଜକୁ ନର୍ଦ୍ଦୋଷ ବୋଲି ପ୍ରମାଣ କରିବାକୁ ସେ ରଡି ପକାଇଥିଲା କି ମୋ ପୁଅ ନଦୀରେ ପଡିଗଲା । ଏହାପରେ ସ୍ଥାନୀୟ ଲୋକ, ପୋଲିସ ଓ ଦମକଳ ବାହୀନି ସହାୟତାରେ ବହୁ କଷ୍ଟରେ ନାବାଳକର ଶବକୁ ନଦୀ ଭିତରୁ ଉଦ୍ଧାର କରିଥିଲେ ।

ଏନେଇ ଜାକିରଙ୍କୁ ପୋଲିସ ପଚରା ଉଚରା କରିବା ବେଳେ ଶେଖ ସଇଦ୍ କହିଥିଲା କି ସେ ତାର ପୁଅକୁ ବାଣ କିଣିବାକୁ ସାଙ୍ଗରେ ନେଇ ଯାଉଥିଲା । ରାସ୍ତାରେ ପୋଲ ପଡିବାରୁ ପୁଅ ସେଠାରେ ସେଲ୍ଫି ନେଉ ନେଇ ନଦୀ ଭିତରକୁ ଖସିପଡିଥିଲା । ଏନେଇ ପୋଲିସ ଶେଖ ସଇଦର ସ୍ତ୍ରୀକୁ ପଚରା ଉଚରା କରିବା ପରେ ମହିଳା ଜଣଙ୍କ କହିଥିଲେ କି ସେ ୫ ବର୍ଷ ହେବ ସ୍ୱାମୀଙ୍କ ଠାରୁ ଅଲଗା ରହୁଛନ୍ତି । ତାଙ୍କ ସ୍ୱାମୀ ତାଙ୍କର ଚରତ୍ରକୁ ନେଇ ସନ୍ଦେହ କରିବା ସହ ପୂର୍ବରୁ ଥରେ ତାଙ୍କ ପୁଅକୁ ମାରିଦେବାକୁ ଉଦ୍ୟମ କରି ଦୁଇତାଲା କୋଠାର ଛାତରୁ ତଳକୁ ଠେଲି ଦେଇଥିଲା ।

ଏହାପରେ ପୋଲିସର ସନ୍ଦେହ ସଇଦ ଶେଖ ଉପରେ ବଢିଥିଲା ଓ ପୁଣି ଜେରା କରିବା ବେଳେ ସେ ସବୁ ସତକଥା ମାନିଥିଲା । ଏଥିରୁ ସ୍ପଷ୍ଟ ହୋଇଥିଲା କି ଶେଖ ନିଜ ପତ୍ନୀର ଚରିତ୍ରକୁ ସନ୍ଦେହ କରି ପୁଅକୁ ହତ୍ୟା କରିଛି ।