କନକ ବ୍ୟୁରୋ: ସଇତାନ ସାଜିଲା ଜନ୍ମକଲା ବାପା । ପାରିବାରିକ କଳହ ନେଲା କରାଳ ରୂପ । ନିଶାସକ୍ତ ଅବସ୍ଥାରେ ନିଜ ଦେଢ଼ମାସର ପୁଅକୁ ମାରି ମାଟି ତଳେ ପୋତି ଦେଲା ନୃସଂଶ ବାପା । ମା’ର ଅଭିଯୋଗ ପରେ ଅଭିଯୁକ୍ତ ବାପାକୁ ପୁଲିସର ପଚରାଉଚରା ପରେ ମାଟି ତଳୁ ଶିଶୁର ମୃତଦେହ ଉଦ୍ଧାର କରିଛି ପୁଲିସ୍ । ଏଭଳି ଲୋମହର୍ଷକାରୀ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଗେଲଟୁଆ ଗାଁରେ ।
ସୂଚନା ମୁତାବକ ଗତ ୩୦ ତାରିଖରେ ଭଦ୍ରକ ଜିଲ୍ଲା ଗେଲଟୁଆ ଗାଁରେ ସ୍ୱାମୀ ଟୁବୁ ମୁଣ୍ଡା ଓ ସ୍ତ୍ରୀ ନନ୍ଦିନୀ ମୁଣ୍ଡାଙ୍କ ମଧ୍ୟରେ କଳହ ହୋଇଥିଲା । ଏହା ପରେ ନିଶାଶକ୍ତ ଅବସ୍ଥାରେ ଶିଶୁ ପୁତ୍ରକୁ ମାରିଦେଇ ମାଟି ତଳେ ପୋତିଦେଇଥିଲା ବାପା । ଏନେଇ ଭଦ୍ରକ ଟାଉନ୍ ଥାନାରେ ଅଭିଯୋଗ ପରେ ପୁଲିସ୍ ତଦନ୍ତ କରିବା ସହ ୧୦ ଦିନ ପରେ ମାଟି ତଳୁ ଶିଶୁ ପୁତ୍ରର ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ପଠାଇଦେଇଛି ।
ସେପଟେ ସଇତାନ ବାପା ଗଣମାଧ୍ୟମ ସମ୍ମୁଖରେ ଗୋଟି ଗୋଟି କରି ସତ ଓଗାଳିଛି । ଏମିତି ପ୍ରତିକ୍ରିୟା ରଖିଛି ଯେ, ଲାଗୁଛଇ ଯେମିତି ଦେଢ଼ମାସର କଅଁଳ ପୁଅକୁ ମାରି ପଶ୍ଚାତାପ ବୋଲି ତା ହୃଦୟରେ କିଛି ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/01/Sisters-docked-for-beating-father-over-affair-with-mothers-friend1.jpg)