କନକ ବ୍ୟୁରୋ : ଗୋପ ବିଜିପୁର ଗାଁରେ ନିଜ ଝିଅକୁ ବାପା ପୋଡି ମାରିଦେବା ଘଟଣାରେ ୩ ଜଣଙ୍କୁ ବାନ୍ଧିଲା ପୁଲିସ । ଅଭିଯୁକ୍ତ ବାପାଙ୍କ ସହିତ ତିନି ମାଲ ଭାଇଙ୍କୁ ପୁଲିସ ଗିରଫ କରିଛି । ଏମାନେ ଯୁବତୀଙ୍କ ୨ ଦାଦା ଓ ସମ୍ପର୍କୀୟ ଜେଜେ ବୋଲି ଜଣାପଡିଛି । ସମସ୍ତେ ଯୁବତୀଙ୍କ ମୃତଦେହ ପୋଡିବାରେ ସହଯୋଗ କରିଥିବା ଅଭିଯୋଗରେ ପୁଲିସ ସେମାନଙ୍କୁ ଅଟକ ରଖି ପଚରା ଉଚୁରା କରୁଥିଲା । ସେହିଭଳି ଅଭିଯୁକ୍ତ ବାପାଙ୍କୁ ପୁଲିସ କାବୁ କରିଥିବା ବେଳେ ସାବତ ମାଆ ଫେରାର ହୋଇଯାଇଛି ।
ଘଟଣା ଅନୁସାରେ ଯୁବତୀଙ୍କ ସାବତ ମାଆ କଥାରେ ପଡି ତାଙ୍କ ବାପା ନିଜ କଲେଜ ପଢୁଆ ଝିଅକୁ ପିଟି ପିଟି ହତ୍ୟା କରିଦେଇଥିଲା । ପ୍ରମାଣ ଲୁଚାଇବାକୁ କିଛି ସମ୍ପର୍କୀୟଙ୍କ ସହ ପୋଡି ଦେଇଥିବା ହୋଇଥିଲା ଅଭିଯୋଗ । ଘଟଣା ନେଇ ମୃତ ଯୁବତୀଙ୍କ ବଡ ଭଉଣୀ ଗୋପ ଥାନାରେ ଏତଲା ଦେଇଥିଲେ । ସେ ବାହାରେ ଚାକିରୀ କରୁଥିବା ବେଳେ ନିଜ ସାନ ଭଉଣୀକୁ ପାଠ ପଢାଉଥିଲେ । ସେପଟେ ତାଙ୍କ ବାପା ଦ୍ୱିତୀୟ ବିବାହ କରିବା ପରଠାରୁ ସାବତ ମାଆ କଥାରେ ପଡି ବିଭିନ୍ନ ସମୟରେ ଉଭୟଙ୍କୁ ନିର୍ଯାତନା ଦେଉଥିଲେ । ତାଙ୍କ ସହିିତ ସାବତ ମାମୁଁ ମଧ୍ୟ ଶାରିରୀକ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ଭଉଣୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/Screen-Shot-2023-01-11-at-3.27.10-PM.jpg)