ବାପା, ମା’ଙ୍କ କଳିରେ ବଳି ପଡିଲା କଅଁଳ ଜୀବନ । ରାଗରେ ବାପା କଲା ଏପରି କାମ..

255

କନକ ବ୍ୟୁରୋ: ଦିଲ୍ଲୀରେ କଳିଯୁଗ ବାପାର କ୍ରୁରତା । ୩ ମାସର କଅଁଳା ପୁଅକୁ କାନ୍ଥରେ ପିଟିପିଟି ମାରିଦେଲା ନୃଶଂସ ବାପା । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମଦ ପିଇବାକୁ ନେଇ ଝଗଡା ଲାଗିବାରୁ ନିଶାସକ୍ତ ବାପା ଅତି ନୃଶଂସ ଭାବେ ନିଜ ଶିଶୁ ପୁତ୍ରକୁ ହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଂଚଲ୍ୟ ଖେଳାଇଦେଇଛି ।

ସୂଚନା ମୁତାବକ, ସ୍ୱାମୀ ପ୍ରତିଦିନ ଘରକୁ ମଦ୍ୟପାନ କରି ଘରକୁ ଆସୁଥିଲା । ଘରର ପରିସ୍ଥିତି ଭଲ ନଥିବାରୁ ଏକ ଘରୋଇ ସଂସ୍ଥାରେ କାମ କରିବାକୁ ଯାଉଥିଲା ସ୍ତ୍ରୀ । ଘରେ ସ୍ୱାମୀକୁ ପିଲାକୁ ପାଳିବାକୁ ପଡୁଥିଲା । ତେଣୁ ସ୍ତ୍ରୀ କାମକୁ ଯିବାକୁ ବିରୋଧ କରୁଥିଲା ସ୍ୱମୀ । ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିରହୁଥିଲା । ସୋମବାର ଏହି ଘଟଣାକୁ ନେଇ ପୁଣିଥରେ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ନିଶାରେ ଥିବା ସ୍ୱାମୀ ନିଜ ୩ ମାସର ଶିଶୁ ପୁତ୍ରକୁ ଘୋଷାଡି ଆଣି କାନ୍ଥରେ ବାରମ୍ବାର ପିଟିଥିଲା । ଫଳରେ ଶିଶୁର ପ୍ରାଣବାୟୁ ଉଡିଯାଇଥିଲା । ଏହାକୁ ନେଇ ମହିଳା ଜଣକ ପଡିଶାଙ୍କୁ ଡାକିବା ପରେ ପୋଲିସକୁ ଖବର ହୋଇଥିଲା  ।ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲା ରୁଜୁ କରିବା ସହ ଅଭିଯୁକ୍ତ ରବି ରାୟକୁ ଗିରଫ କରିଛି ।