କନକ ବ୍ୟୁରୋ: ଅନେକ କାହାଣୀ ଆମେ ଦେଖିଛେ, ଅନେକ କାହାଣୀ ଆମେ ଶୁଣିଛେ । ହେଲେ ଏମିତି କିଛି କାହାଣୀ ରହିଯାଏ ଯାହାକି ଚର୍ଚ୍ଚ ସାଉଣ୍ଟି ଥାଏ । କୋରାପୁଟର ସେମିତି ଏକ ପ୍ରେରଣାଦାୟୀ କାହାଣୀ ହେଉଛି, ବାପା ଅଟୋ ଡ଼୍ରାଇଭର, ଝିଅ ଯୁକ୍ତ ୨ କଳାରେ ଜିଲ୍ଳା ଟପ୍ପର । ବାପା ଅଟୋ ଡ଼୍ରାଇଭର, ଅଭାବ ଅନଟନରେ ଚଳୁଛି ପରିବାର । ପେଟକୁ ଠିକ ଭାବେ ଦାନା ଯୋଗାଡ଼ କରିବା କଷ୍ଟକର ହୋଇପଡ଼ୁଥିବା ବେଳେ ସେହି ପରିବାର ଝିଅ କେ, ଗାୟତ୍ରୀ ଆଜି ଆଦିବାସୀ ଅଧୁଷିତ ଅଞ୍ଚଳ କୋରାପୁଟ ଜିଲ୍ଳାରେ ଯୁକ୍ତ ୨ କଳାରେ ଟପ୍ପର ହୋଇଛି । ବାପା ମ।ଆଙ୍କ ସହ ୨ ଭଉଣୀ ରହୁଥିବା ଏହି ପରିବାରରେ ବଡ଼ ଝିଅ କେ ଗାୟତ୍ରୀ ସରକାରୀ ସ୍କୁଲରେ ନିଜର ପାଠପଢ଼ା ଆରମ୍ଭ କରିଥିଲେ ପରେ ସରକାରୀ ଆଶ୍ରମରେ ରହି ୮ମ ରୁ ୧୦ମ ପର୍ଯ୍ୟନ୍ତ ପାଠ ପଡ଼ିଲେ । ପରେ ସରକାରୀ ଉଚ୍ଚବିଦ୍ୟାଳୟ ବିକ୍ରମ ଦେବ ବିଦ୍ୟଳୟରେ ଯୁକ୍ତ ୨ରେ ପାଠପଡ଼ି ବିନା ଟ୍ୟୁସନରେ ସେ ଜିଲ୍ଳାର ଟପ୍ପର ହୋଇଛନ୍ତି । ଝିଅର ସଫଳତା ପରିବାର ପାଇଁ ଖୁସି ଆଣି ଦେଇଥିବା ବେଳେ ବାପା ଅଟୋ ଡ଼୍ରାଇଭର ରହିଥିଲେ ସୁଦ୍ଧା ଜିଲ୍ଳାରୁ ତାଙ୍କୁ ମିଳୁଛି ପ୍ରଶଂସା ।