କନକ ବ୍ୟୁରୋ: ରାଗରେ ଶ୍ୱଶୁର କାଟିଲା ବୋହୂର ନାକ । ଗୁରୁଡିଝାଟିଆ ପ୍ରାଥମିକ ଚିକିତ୍ସାଳୟରେ ବୋହୂଙ୍କୁ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଏଭଳି ଘଟଣା ଘଟିଛି କଟକ ଆଠଗଡ ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ଗୋବରା ଗାଁରେ ।
ଅଭିଯୁକ୍ତ ଶ୍ୱଶୁରଙ୍କୁ ଥାନାକୁ ଡାକି ପଚରାଉଚୁରା କରୁଛି ପୋଲିସ । ସୂଚନା ମୁତାବକ, ଛୋଟପିଲାଙ୍କୁ ଖେଳକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଛି । ବୃଦ୍ଧ ଜଣକ ହେଉଛନ୍ତି ଅମର ନାୟକ । ତାଙ୍କ ନାତୁଣୀ ଅର୍ଥାତ ବୋହୂ ମୀନାର ନାୟକଙ୍କ ଝିଅ ଏକ ଧାରୁଆ ଛୁରି ଧରି ଖେଳୁଥିଲା । ଏହାକୁ ବାରଣ କରିଥିଲେ ଜେଜେବାପା ଅମର ନାୟକ । ହେଲେ ନାତୁଣୀ ମାନନଥିଲା । ଫଳରେ ତା’କୁ ଚାପୁଡାଟିଏ ପକାଇଥିଲେ । ଏହାକୁ କେନ୍ଦ୍ର କରି ଶ୍ୱଶୁର ସହ ଯୁକ୍ତି କରିଥିଲେ ବୋହୂ । ଏହି ଯୁକ୍ତି ମାଡଗୋଳ ଯାଏଁ ଯାଇଥିଲା । ଦୁହେଁ ମୁଥା ମରାମରି ପର୍ଯ୍ୟନ୍ତ କଥା ଯାଇଥିଲା । ଏଥିରେ ନିଜକୁ ବଞ୍ଚାଇବାକୁ ଯାଇ ଶ୍ୱଶୁର ସେହି ଧାରୁଆ ଛୁରୀରେ ବୋହୂର ନାକ କାଟିଦେଇଥିଲେ ।
ବୋହୂଙ୍କୁ ପ୍ରଥମେ ଗୁରୁଡିଝାଟିଆ ପିଏଚସିରେ ଚିକିତ୍ସା କରାଯିବା ପରେ ଥାନାକୁ ନିଆଯାଇଥିଲା । ହେଲେ ସେ ଘଟଣା ବାବଦରେ କହୁନଥିବାବେଳେ ଏ ଘଟଣାରେ ମୁହଁ ଖୋଲିଛନ୍ତି ଶ୍ୱଶୁର ଅମର ନାୟକ ।