ମଧ୍ୟପ୍ରଦେଶ ଜବଲପୁରରୁ ଆସିଲା ଚାଂଚଲ୍ୟକର ହତ୍ୟା ମାମଲା: ରୋଷେଇ ଘରୁ ବାପା, ଫ୍ରିଜରୁ ମିଳିଲା ୮ବର୍ଷର ପୁଅର ଖଣ୍ଡବିଖଣ୍ଡିତ ଶରୀର

334

କନକ ବ୍ୟୁରୋ: ମଧ୍ୟପ୍ରଦେଶ ଜବଲପୁରରୁ ଆସିଲା ଜଘନ୍ୟ ହତ୍ୟା ମାମଲା । ବାପା ଓ ପୁଅଙ୍କ ଶବ ମିଳିଲା ରୋଷେଇ ଘରୁ । ଫ୍ରିଜ ଭିତରେ ନାବାଳକ ପୁଅର ଖଣ୍ଡବିଖଣ୍ଡିତ ଶରୀର ଓ ରୋଷେଇ ଘରେ ରକ୍ତଜୁଡୁବୁଡୁ ଜଣେ ୫୨ବର୍ଷ ବୟସ ବ୍ୟକ୍ତିଙ୍କ ମୃତଦେହକୁ ଜବତ କରିଛି ପୁଲିସ । ମୃତ ବ୍ୟକ୍ତିଙ୍କ ନାଁ ରାଜକୁମାର ବିଶ୍ୱକର୍ମା ଓ ସେ ଜଣେ ରେଳବାଇ ଅଧିକାରୀ ଥିଲୋ । ୮ବର୍ଷର ନାବାଳକ ହେଉଛି ତାଙ୍କ ପୁଅ ତନିସ୍କ । ପଡୋଶୀଙ୍କ ସୂଚନା ପରେ ପୁଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଜବତ କରିଛି । ତେବେ ରାଜକୁମାରଙ୍କ ୧୪ବର୍ଷ ବୟସର ଝିଅ କାବ୍ୟାର କୌଣସି ସୂଚନା ମିଳୁନି । ପୁଲିସ କାବ୍ୟାକୁ ଖୋଜୁଥିବାବେଳେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ରାଜକୁମାରଙ୍କ ଜଣେ ପଡୋଶୀଙ୍କ ପୁଅ କାବ୍ୟାକୁ ଅସଦାଚରଣ କରିବା ପରେ ପୁଲିସର ଅଭିଯୋଗ ହୋଇଥିଲା । କିଛି ଦିନ ପୂର୍ବରୁ ଜାମିନରେ ଖଲସା ହୋଇଥିଲା ଯୁବକ । ତେବେ ସିସିଟିଭି ଫୁଟେଜରେ ଝିଅ ଓ ଯୁବକଙ୍କୁ ଏକାଠି ଦେଖିବାକୁ ମିଳିବା ପରେ ପୁଲିସ ସନ୍ଦେହ ବଢ଼ିଛି । ପ୍ରେମ ପାଇଁ ବାପା ଓ ଭାଇକୁ ଝିଅ ପୁରୁଷ ବନ୍ଧୁ ସହ ମିଶି ହତ୍ୟା କରିଥିବା ସନ୍ଦେହ କରୁଛି ପୁଲିସ ।