କନକ ବ୍ୟୁରୋ : ଗଜପତି ମୋହନା ବ୍ଲକ ବାଡେଗୁଡା ପଂଚାୟତ ପାଦେରମା ଗାଁର ରାହୁଲ ମଲ୍ଲିକ । ଅସହାୟ ହୋଇପଡିଛି ରାହୁଲ । ଆହା ପଦେ କହିବାକୁ କେହି ନାହିଁ । ସକାଳ ହେଲେ ଗାଇ ନେଇ ଜଙ୍ଗଲକୁ ଚରାଇବାକୁ ଯାଉଛନ୍ତି । ଦିନ ତମାମ ଜଙ୍ଗଲରେ ରହିବା ପରେ ସଂଧ୍ୟାରେ ଘରକୁ ଫେରୁଛି କୁନି ପୁଅ । ଗତବର୍ଷ ମାଆକୁ ହତ୍ୟା କରି ବାପା ପ୍ରମୋଦ ମଲ୍ଲିକ ଜେଲ ଯିବା ପରଠାକୁ ଏକା ହୋଇଯାଇଛି ରାହୁଲ । ଷଷ୍ଠ ଶ୍ରେଣୀରୁ ପାଠ ଛାଡି ଗାଇ ଚରାଉଥିବା ବେଳେ ଦାଦାଙ୍କ ଘରେ ରହୁଛନ୍ତି ।

Advertisment

ରାହୁଲର ଆଉ ଦୁଇ ଭଉଣୀ ଓ ଦୁଇ ଭାଇ ଅଛନ୍ତି । ବଡ ଭଉଣୀ ବାହା ହୋଇ ଯାଇଥିବା ବେଳେ ଗୋଟିଏ ଭଉଣୀ ଗୋଟିଏ ଭାଇ କାମ କରିବା ପାଇଁ ଘର ଛାଡି ଅନ୍ୟତ୍ର ଚାଲି ଯାଇଛନ୍ତି । ଅନ୍ୟ ଏକ ଭାଇ ମୋହନାର ଏକ ସରକାରୀ ଆଶ୍ରମ ବିଦ୍ୟାଳୟରେ ରହି ପାଠ ପଢୁଛି । ଏଭଳି ସ୍ଥିତିରେ ରାହୁଲର ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି ।

ରାହୁଲ ସବୁଦିନ ବଡ ଭଉଣୀ ଘରେ ରହିବା ସମ୍ଭବ ହେଉନାହିଁ । ତେଣୁ ସରକାରୀ ଆବାସିକ ବିଦ୍ୟାଳୟରେ ରହିବାର ବନ୍ଦୋବସ୍ତ କରାଗଲେ ରାହୁଲ ମଧ୍ୟ ପାଠ ପଢିପାରନ୍ତେ ।