ଶିକ୍ଷାରୁ ବଂଚିତ ବାପା ଦିନମଜୁରୀ କରି ପୁଅକୁ ପଢାଇଲେ ପାଠ : ଏବେ ଶିକ୍ଷକ ହୋଇ ୩୦୦ ପରିବାରକୁ ମାଗଣାରେ ପାଠ ପଢାଉଛି ପୁଅ

28

ପ୍ରତ୍ୟେକଙ୍କ ବାପାର ସ୍ୱପ୍ନ ଥାଏ କି , ତାଙ୍କ ପିଲାମାନେ ପାଠ ପଢି ଚାକିରି କରି ନିଜ ଗୋଡରେ ଛିଡା ହୁଅନ୍ତୁ ଏବଂ ଖୁବ ନାଁ କରନ୍ତୁ । ପୁଅକୁ ପାଠ ପଢାଇବା ପାଇଁ ବାପ ଦିନ ରାତି ଏକାଠି କରିଦେଇଥାଏ । ଏହିପରି ଏକ ଦିନମଜୁରିଆ ବାପା ତାର ପୁଅକୁ ପାଠ ପଢାଇବା ପାଇଁ ପ୍ରତିଦିନ ପରିଶ୍ରମ କରି ଅର୍ଜିତ ପୁଞ୍ଜିକୁ ଟିକେ ଟିକେ ସଞ୍ଚୟ କରି ପୁଅକୁ ପାଠ ପଢାଇ ଏକ ସରକାରୀ ଶିକ୍ଷକ ବନାଇ ପାରିଛି ।

ଶିକ୍ଷା ଠାରୁ ଦୂର ଦୂରାନ୍ତ ପର୍ଯ୍ୟନ୍ତ କୌଣସି ସମ୍ପର୍କ ନଥିବା ୩୦୦ ପରିବାର ମଧ୍ୟରୁ ଗୋଟିଏ ପୁଅ ପାଠ ପଢି ନିଜର ଏବଂ ତାଙ୍କ ବାପାଙ୍କ ସ୍ୱପ୍ନ ସାକାର କରିପାରିଛନ୍ତି । ଏବେ ଶିକ୍ଷକ ପୁତ୍ର ନିଜ ପରିବାରକୁ ଶିକ୍ଷିତ କରିବା ପାଇଁ ନିଜ ଭାଇ ମାନଙ୍କୁ ପାଠ ପଢାଉଛି । ମଡିୟାଦୋର ବାର୍ଡ ଅଞ୍ଚଳରେ ବାସ କରୁଥିବା ଖେରୁଆ ଆଦିବାସୀଙ୍କ ୩୦୦ରୁ ଉଦ୍ଧ୍ୱର୍ ପରିବାରଙ୍କୁ ପାଠ ପଢାଉଛି ଏହି ଶିକ୍ଷକ । ଏହି ଅଞ୍ଚଳରେ ଏକ ପ୍ରାଥମିକ ସ୍କୁଲ ଖୋଲା ଯାଇଛି ଯେଉଁଠାରେ ଆଦିବାସୀ ପିଲା ପ୍ରାଥମିକ ଶିକ୍ଷା ଗ୍ରହଣ କରିବା ପରେ ପାଠପଢା ଛାଡି ଦେଇଥାନ୍ତି ।

ଏପରି ସ୍ଥିତିରେ ବି ଦିନମଜୁରିଆ ଭାବେ କାମ କରୁଥିବା ରାମସେବକ ତାଙ୍କ ପୁଅ ଲାଲସିଂକୁ ପାଠ ପଢାଇବାରେ ସଫଳ ହୋଇପାରିଲେ । ପୁଅକୁ ଉଚ୍ଚ ଶିକ୍ଷା ପ୍ରଦାନ କରିବା ପାଇଁ ସହର ପଠାଇଥିଲେ । ସେଠାରେ ଲାଲସିଂ ସଂସ୍କୃତରେ ଏମଏ ଡିଗ୍ରୀ କରିବା ସହ ୨୦୦୮-୦୯ରେ ବ୍ୟାପମ ଦ୍ୱାରା କରାଯାଇଥିବା ସଂବିଦା ଶିକ୍ଷକ ଭର୍ତ୍ତି ପରୀକ୍ଷାରେ ଭାଗ ନେଲେ ଓ ତାଙ୍କ ଚୟନ ଛତ୍ରପୁର ଜିଲ୍ଲାରେ ହୋଇଗଲା । ପରେ ସେ ଶିକ୍ଷକ ହୋଇ ଜେତପୁର ଶିକ୍ଷା କେନ୍ଦ୍ର ଅନ୍ତର୍ଗତ ପ୍ରାଥମିକ ବିଦ୍ୟାଳୟରେ ତାଙ୍କର ପୋଷ୍ଟ ହୋଇଗଲା । ଏବେ ନିଜ ଗାଁରେ ଲୋକ ମାନଙ୍କୁ ଶିକ୍ଷିତ କରାଇବା ପାଇଁ ୩୦୦ ପରିବାରଙ୍କୁ ମାଗଣା ପାଠ ପଢାଉଛନ୍ତି ଲାଲସିଂ ।