କନକ ବ୍ୟୁରୋ: ଦୀପାବଳିରେ ଅଘଟଣ । ପୁଅକୁ ବଂଚାଇବାକୁ ଯାଇ ନଦୀରେ ବୁଡିଗଲେ ବାପା । ଘଟଣା ଘଟିଛି କଟକ ନରାଜ କୈବତ୍ୟ ସାହି ଘାଟିରେ । ନରାଜ ଅଂଜଳର ସରୋଜ ସାହୁ ତାଙ୍କର ୮ ବର୍ଷର ପୁଅକୁ ନେଇ କାଠଯୋଡି ନଦୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ପୁଅ ପାଣିରେ ବୁଡି ଯାଉଥିବା ବେଳେ ବାପା ସରୋଜ ଉଦ୍ଧାର କରିବାକୁ ଯାଇ ଚୋରାବାଲିରେ ଫସି ଯାଇଥିଲେ । ପୁଅ କୂଳକୁ ଆସିଥିଲେ ମଧ୍ୟ ସରୋଜ ବୁଡି ଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି କରିଥିଲେ । ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଦେଖିବାକୁ ମିଳିଛି ।
ଦୀପାବଳିରେ ଅଘଟଣ: ପୁଅକୁ ବଂଚାଇ କାଠଯୋଡିରେ ବୁଡିଗଲା ବାପା, କଟକ ନରାଜ କୈବର୍ତ ସାହି ଘାଟରେ ଅଘଟଣ
/kanak/media/post_attachments/wp-content/uploads/2023/11/11-10.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)