ଜି. ଉଦୟଗିରିରେ ଚାଞ୍ଚଲ୍ୟ । ୨୨ ମାସ ପରେ କବରରୁ ବାହାରିଲା ଶବ । ଝିଅକୁ ଭିଣୋଇ ହତ୍ୟା କରି ପୋତି ଦେଇଥିବା ଅଭିଯୋଗ କରି ଆସୁଥିଲେ ବାପା

ତଦନ୍ତ ପାଇଁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କଫିନ ଖୋଲି ଉଦ୍ଧାର ହେଲା କଙ୍କାଳ

1,325

କନକ ବ୍ୟୁରୋ: ଜି ଉଦୟଗିରିରେ ଚାଂଚଲ୍ୟ । ୨୨ ମାସ ପରେ କବରରୁ ବାହାରିଲା ମୃତଦେହ । ଜି.ୟଉଦୟଗିରି ଥାନା ଅଂଚଳର ସେଲିବ୍ରିଟି ନାମକ ଜଣେ ଯୁକ୍ତଦୁଇ ପ୍ରଥମ ଶ୍ରେଣୀର ଛାତ୍ରୀ ଆତ୍ମହତ୍ୟା କରିଥିବା ଦର୍ଶାଯାଇ ତାଙ୍କୁ ୨୦୧୮ ଫେବୃଆରୀ ମାସରେ କବର ଦିଆଯାଇଥିଲା । ତେବେ ତାଙ୍କ ଝିଅକୁ ହତ୍ୟା କରାଯାଇଥିବାନେଇ ଅଭିଯୋଗ କରି ଆସୁଥିଲେ ସେଲିବ୍ରିଟିଙ୍କ ବାପା । ଅଭିଯୋଗକୁ ଆଧାର କରି ତଦନ୍ତ ପାଇଁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କଫିନ୍ ଖୋଲି ସେଲିବ୍ରିଟଙ୍କ କଙ୍କାଳ ଉଦ୍ଧାର କରାଯାଇ ସାଇଂଟିଫିକ୍ ଟିମକୁ ହସ୍ତାନ୍ତର କରାଯାଇଛି । ଝିଅଟି ନିଜ ଘରେ ଥିବା ସମୟରେ ବଡ ଭଉଣୀଙ୍କ ସ୍ୱାମୀ ସ୍ୱରଣଜିତ୍ ନାୟକ ଘରକୁ ଆସିଥିଲେ । କୌଣସି କାରଣରୁ ଜ୍ୱାଇଁ ଶାଳୀକୁ ମାରିଦେଇ ରସିରେ ଟାଙ୍ଗି ଦେଇଥିବା ଅଭିଯୋଗ କରିଥିଲେ ଝିଅର ବାପା ଜିଅସ ପଟ୍ଟନାୟକ । ଏନେଇ ସେ ପୋଲିସ, ମହିଳା କମିଶନର, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ।

ସୂଚନା ମୁତାବକ ଗତ ୨୦୧୮ ମସିହା ଫେବୃଆରି ୧ତାରିଖରେ ଯିହୋଶୂୟ ନାୟକଙ୍କ କନ୍ୟା ଜେ.ଏସ ସେଲିବ୍ରିଟିଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ସେଲିବ୍ରିଟି ସ୍ଥାନୀୟ କଳିଙ୍ଗ ମହାବିଦ୍ୟାଳୟରେ +୨ ପ୍ରଥମ ବର୍ଷରେ ପଢୁଥିଲେ। ସେହି ସମୟରେ ଘରେ ବଡ଼ଜ୍ବାଇଁ ସ୍ମରଜିତ ନାୟକ ଥିଲେ। ସେଲିବ୍ରିଟି ଆତ୍ମହତ୍ୟା ସ୍ମରଜିତ କହିବା ସହିତ ଶବକୁ ତୁରନ୍ତ ଗାଁକୁ ନେଇ କବର ଦେବା ବ୍ୟବସ୍ଥା କରିଥିଲେ। ତାପରଦିନ ଭୋରରୁ ସ୍ଥାନୀୟ ମାଳିକାପଡ଼ି ଚର୍ଚ୍ଚ ପାର୍ଶ୍ବରେ ସେଲିବ୍ରିଟିଙ୍କୁ କବର ଦିଆ ଯାଇଥିଲା।

ତେବେ, ପାରିପାର୍ଶ୍ବିକ ସ୍ଥିତି, ଜ୍ବାଇଁଙ୍କ ହାବଭାବ ଦେଖି ସେଲିବ୍ରିଟିଙ୍କ ବାପାମାଆ ଝିଅକୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆ ଯାଇଥିବା ସନ୍ଦେହ କରି ପୁଲିସରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ କ୍ରମେ ଥାନା ଅଧିକାରୀ ଧିରାଜ ଲେଙ୍କା କେସ ନଂ ୧୩୧/୧୯ରେ ମାମଲା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ମାଲିକାପଡ଼ି ଚର୍ଚ୍ଚ ପାର୍ଶ୍ବ କବରସ୍ତାନରେ ଏକଜ୍‌କ୍ୟୁଟିଭ ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲ୍‌ଦାର ଏସ୍‌.ରାଜେଶ ପାତ୍ରଙ୍କ ଉପସ୍ଥିତିରେ କବର ଖୋଳି ସେଲିବ୍ରିଟିଙ୍କ ଶବ ବାହାର କରାଯାଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ବ୍ୟବ‌ଚ୍ଛେଦ ପାଇଁ ପଠାଯାଇଛି।