କନକ ବ୍ୟୁରୋ : ପୁଅ ବାହାଘରର ଶୋଭାଯାତ୍ରା ଚାଲିଥିବା ବେଳେ ବାପାଙ୍କର ମୃତ୍ୟୁ । କିଛି ଘଂଟା ଆଗରୁ ପୁଅ ବାହାଘର ପାଇଁ ବେଶ ଖୁସିରେ ଥିଲେ ବାପା ବିମ୍ବାଧର । ହେଲେ ହଠାତ୍ ଦୁର୍ଘଟଣା ଜନିତ ମୃତ୍ୟୁ ସମସ୍ତଙ୍କୁ ଦୁଃଖ ଦେଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ନରସିଂହପୁର ବ୍ଲକ ସ୍ଥିତ ଚତରାପଦା ଗାଁରେ ।
ମୃତକ ହେଲେ ବିମ୍ବାଧର ନାୟକ । ବରଯାତ୍ରୀ ନେଇ ଯାଉଥିବା ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରେ ବିମ୍ବାଧରଙ୍କ ମୃତ୍ୟୁ ହୋଇଛି । ବିବାହ ଶୋଭାଯାତ୍ରା ଚାଲିଥିବାବେଳେ ଦୁଃର୍ଭାଗ୍ୟ ବଶତଃ ବସଟି ତାଙ୍କ ଉପରେ ଚଡ଼ିଯାଇଥିଲା । ଫଳରେ ବସ ତଳେ ପଡିଯାଇଥିଲେ ବିମ୍ବାଧର । ମେଡିକାଲରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ପୁଅ ବାହାଘର ପାଇଁ ପରିବାରରେ ହସଖୁସି ଥିବା ବେଳେ ଅଚାନକ ଏଭଳି ଘଟଣା ଶୋକାକୂଳ ପରିବେଶ ସୃଷ୍ଟି କରିଛି ।