କନକ ବ୍ୟୁରୋ: ବର ଗଛ ହେଲା କାଳ ବର୍ଷା ଘଡ ଘଡି ଭୟରେ ବର ଗଛ ମୂଳେ ଆଶ୍ରୟ ନେଇ ଜୀବନ ହାରିଲେ ଚାଷୀ । ଡେଲାଙ୍ଗ ବ୍ଲକ ରେଞ୍ଚ ପଞ୍ଚାୟତ ପଲ୍ଲୀ ଗାଁର କୃଷକ ଗନ୍ଧର୍ବ ସାମନ୍ତରାୟ ନିଜ ଚାଷ କାମ କରିବା କୁ  ବିଲକୁ ଯାଇଥିବା ବେଳେ ଘଡ ଘଡି ପଡି ମୃତ୍ୟୁ ହୋଇଛି । ଏପଟେ ପରିବାରର ଅଭିଯୋଗ । ସରକାରୀ ସହାୟତାତ ଦୂରର କଥା ଘଡଘଡିରେ ମୃତ୍ୟୁ ବରଣ କରିଥିବା  ଚାଷୀଙ୍କ ପରିବାରକୁ ଦେଖା କରିନାହାନ୍ତି କୌଣସି ସରକାରୀ ବାବୁ ।

Advertisment

ଚାଷୀ ବାପାଙ୍କ ଅକାଳ ବିୟୋଗ ପରେ ତାଙ୍କ ହଳ ଲଙ୍ଗଳ ଧରିବେ ଉଚ୍ଚ ଶିକ୍ଷିତ ଝିଅ । ଯଦିଓ ଚାଷ ସଂପର୍କରେ କିଛି ଜଣା ନାହିଁ, ତଥାପି ଚାଷ କରିବାକୁ ପଡିବ । ପରିସ୍ଥିତି ତାଙ୍କୁ ଏହା କରିବାକୁ ବାଧ୍ୟ କରୁଛି । ବାପା ଥିଲେ ଚାଷବାସ କରି ଗୋଟିଏ ବୋଲି ଅଲିଅଳି ଝିଅର ସବୁ ଆବଶ୍ୟକତା ପୁରଣ କରୁଥିଲେ । ଚାଷରୁ ସଂଚିତ ଅର୍ଥରେ ଝିଅକୁ ସ୍ନାତକ ପଢାଇଛନ୍ତି । ହେଲେ ଏବେ ତ ଆଉ ସେ ନାହାନ୍ତି, ଝିଅ ଓ ସ୍ତ୍ରୀର ଆବଶ୍ୟକତା ପୁରଣ କରିବା ପାଇଁ । ତେଣୁ ବାପା ଛାଡି ଯାଇଥିବା ଚାଷ କାମ କରି ମା’କୁ ପୋଷିବା ପାଇଁ ଆଗେଇ ଆସିଛନ୍ତି ପୁରୀ ଡେଲାଙ୍ଗ ବ୍ଲକ ପଲ୍ଲୀ ଗାଁର ମୃତ ଚାଷୀ ଗନ୍ଧର୍ବ ସାମନ୍ତରାୟଙ୍କ ଝିଅ ଦେବଯାନୀ ସାମନ୍ତରାୟ ।

ବିଲରେ କାମ କରୁଥିବା ବେଳେ ବଜ୍ରାଘାତ ହେବାରୁ ପ୍ରାଣ ହରାଇଛନ୍ତି ଚାଷୀ ଗନ୍ଧର୍ବ ସାମନ୍ତରାୟ । ମାତ୍ର ୫୪ ବର୍ଷ ବୟସରେ ବାପାଙ୍କ ଦେହାନ୍ତ ପରେ ଭଙ୍ଗା ଘରେ ଭାଙ୍ଗି ପଡିଛନ୍ତି ମାଆ-ଝିଅ । ସରକାରଙ୍କ ପକ୍ଷରୁ କୌଣସି ସହାୟତା ମିଳିନାହିଁ । ବାତ୍ୟା ଫନିରେ ଭାଙ୍ଗି ଯାଇଥିବା ଘରେ ଭଙ୍ଗା ଆଜବେଷ୍ଟସ୍ ପକାଇ ରହୁଛନ୍ତି ପରିବାର । ଏଭଳି ସ୍ଥିତିରେ ବଢିଲା ଝିଅର ଭବିଷ୍ୟତକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ବିଧବା ମାଆ । ବଜ୍ରାଘାତରେ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାରକୁ ସରକାରୀ ସ୍ତରରେ ସହଯ୍ୟ ସଯୋଗ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।