ଝିଅକୁ ନ୍ୟାୟ ଦିଅ ନହେଲେ ଇଚ୍ଛାମୃତ୍ୟୁ ପାଇଁ ଅନୁମତୀ ଦିଅ ! ମୋଦିଙ୍କୁ ଗୁହାରୀ କଲେ ଜଣେ ଅଭାଗା ବାପା,କାରଣ ଶୁଣି ଆଖିରେ ଆସିଯିବ ଲୁହ ।

ଝିଅକୁ ନ୍ୟାୟ ଦିଅ ନହେଲେ ଇଚ୍ଛାମୃତ୍ୟୁ ପାଇଁ ଅନୁମତୀ ଦିଅ ! ମୋଦିଙ୍କୁ ଗୁହାରୀ କଲେ ଜଣେ ଅଭାଗା ବାପା,କାରଣ ଶୁଣି ଆଖିରେ ଆସିଯିବ ଲୁହ ।

source : Amar Ujala

ଜନ୍ମକଲା ବାପା କେବେ ବି ନିଜ ସନ୍ତାନ ପାଇଁ ଅମଙ୍ଗଳ କଥା ଚିନ୍ତା କରିବେ ନାହିଁ । କିନ୍ତୁ ଏମିତି ଜଣେ ବାପା ଅଛନ୍ତି ଯେ ନିଜ ଝିଅକୁ ନ୍ୟାୟ ଦେବା ପାଇଁ ସାଇକେଲରେ ବୁଲି ବୁଲି ଥକି କଲେଣି । କିନ୍ତୁ କେଉଁ ଆଡୁ କୌଣସି ସହାୟତା ପାଇ ନପାରି ଶେଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଝିଅ ପାଇଁ ଇଚ୍ଛାମୃତ୍ୟୁ ଭିକ୍ଷା କରିଛନ୍ତି ।

publive-image

ଘଟଣାଟି ହେଉଛି ଝାରଖଣ୍ଡ ରାଜ୍ୟର । ଝାରଖଣ୍ଡର ରାଞ୍ଚୀରେ ରହୁଥିବା କିଶୋର କୁମାର ଗାବା ପେସାରେ ଜଣେ ଚା ବେପାରୀ । ନିଜ ଝିଅକୁ ନ୍ୟାୟ ଦେବା ପାଇଁ ସେ ସାଇକେଲ୍ ଧରି ବଡ ବଡ ଲୋକଙ୍କୁ ସାହାଯ୍ୟ ସକାଶେ ଭେଟିବାକୁ ଯାଇଛନ୍ତି କିନ୍ତୁ ଚାରିଆଡୁ ନିରାଶ ହେଇ ଫେରିବା ପରେ ସେ ନିଜ ବେଦନାକୁ ଦିଲ୍ଲୀ ବାସିନ୍ଧାଙ୍କୁ ଶୁଣାଇଛନ୍ତି ତାଙ୍କ ଦୁଃଖ ଶୁଣି ଗଣମାଧ୍ୟମରେ ଏହି ଅଭାଗା ବାପାଙ୍କ ଆକୁଳ କ୍ରନ୍ଦନର କାହାଣୀକୁ କୁହାଯାଉଛି । ଉଦେ୍ଧଶ୍ୟ କାଳେ ପ୍ରଧାନମନ୍ତ୍ରୀଙ୍କ କାନରେ ଏହି କଥା ପହଞ୍ଚିଯିବ ।

publive-image

୨୦୧୧ ମସିହାରେ କିଶୋରଙ୍କ ଝିଅ ସ୍କୁଲକୁ ଯିବା ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ଅସାଦାଚରଣ କରିଥିଲେ । ଝିଅଟି ଜୀବନ ବଞ୍ଚାଇ ଘରକୁ ଚାଲିଆସିଥିଲା । ଏ ନେଇ ପୋଲିସରେ ଅଭିଯୋଗ କରିବାରୁ ପୋଲିସ୍ କଥାକୁ ଗୁରୁତ୍ୱର ସହ ନେଇ ନ ଥିଲେ । ଏହି ଘଟଣାକୁ କିଛି ଦିନ ବିତିଯିବା ପରେ ଝିଅର ବିବାହ ପାଇଁ ବାପା ପ୍ରସ୍ତୁତ ହେବା ବେଳେ ଉକ୍ତ ଦୁର୍ବୃତ୍ତ ଝିଅର ବିବାହ ପାଇଁ ମଧ୍ୟ ବାଧା ସୃଷ୍ଟି କରୁଛନ୍ତି ।

publive-image

ଏ ନେଇ କିଶୋର ଅଭିନେତା ଆମୀର ଖାନଙ୍କ ନିକଟକୁ ମଧ୍ୟ ଯାଇଥିଲେ । ଷ୍ଟାରପ୍ଲସରେ ହେଉଥିବା ଶୋ’ ‘ସତ୍ୟମେବ ଜୟତେ’ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଆମୀର ଦେଶବାସୀଙ୍କୁ ଜଣାଇ ଥିଲେ । ଏବେ କିଶୋର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରସ୍ତ ହୋଇ କହିଛନ୍ତି ଯଦି ଆପଣ ମୋ ଝିଅକୁ ନ୍ୟାୟ ଦେଇପ।।ରିବେ ନାହିଁ ତେବେ ‘ବେଟି ବଚାଓ,ବେଟି ପଢାଓ’ ନାରା ବନ୍ଦ କରନ୍ତୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe