ଆରପାରିକୁ ଚାଲିଗଲେ ବାପା: ପିଲାଙ୍କ ମୁହଁକୁ ନଚାହିଁ ବାପାଘରକୁ ଚାଲିଗଲା ମାଆ

Advertisment
ଆରପାରିକୁ ଚାଲିଗଲେ ବାପା: ପିଲାଙ୍କ ମୁହଁକୁ ନଚାହିଁ ବାପାଘରକୁ ଚାଲିଗଲା ମାଆ

କନକ ବ୍ୟୁରୋ: ଗୋଟିଏ ମା ପାଇଁ ସର୍ବସ୍ୱ ତା’ ପିଲା । ଛୁଆ ପାଇଁ ସେ ସବୁ ଦୁଃଖ କଷ୍ଟ ସହିଯାଏ। କିନ୍ତୁ କଳାହାଣ୍ଡି ଜୟପାଟଣା ଅନ୍ତର୍ଗତ ଛତାବାନ୍ଧୁଗୁଡ଼ାରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସ୍ୱାମୀଙ୍କ ମୃତ୍ୟୁ ପରେ ଦୁଇ ଶିଶୁଙ୍କୁ ପର କରିଦେଇଛି ମା। ଜନ୍ମଦାତ୍ରୀ ମମତାକୁ ଭୁଲି ଯିବା ପରେ ଜେଜେମାଙ୍କ ଭରସାରେ ଦୁଇ କଅଁଳ ଶିଶୁଙ୍କ ଭବିଷ୍ୟତ।

ପିଲାଙ୍କ ପାଇଁ ବାପା ଆକାଶ ହେଲ ମାଆ ପୃଥିବୀ। ବାପା-ମାଆଙ୍କୁ ନେଇ ତାଙ୍କ ଦୁନିଆ । ହେଲେ ଏଇ ଦୁଇ ଶିଶୁଙ୍କ ପାଇଁ ବାପା ଆଉ ମାଆ ଭୂମିକା ନିର୍ବାହ କରୁଛନ୍ତି ତାଙ୍କ ଜେଜେମାଆର କୋଳ। ବାପା ଆକାଶର ତାରା ପାଲଟି ଯାଇଥିବା ବେଳେ ମମତାକୁ ଭୁଲି ଯାଇଛି ମାଆ। କିନ୍ତୁ ନିଜ ବଂଶର ଉତରାଧିକାରୀ, ପୁଅର ଶେଷ ସନ୍ତକକୁ କୋଳରେ ଧରି, ସେମାନଙ୍କ ଭବିଷ୍ୟତ ପାଇଁ ଚିନ୍ତାରେ ପଡିଛନ୍ତି ଜେଜେମାଆ।

ଜୟପାଟଣା ବ୍ଲକ ଅନ୍ତର୍ଗତ ଛତାବାନ୍ଧୁଗୁଡା ଗାଁର କୁନ୍ତୀଙ୍କ ପରିବାରରେ ୬ ମାସ ତଳେ ସବୁ ଠିକଠାକ ଥିଲା। ପୁଅ ବିଷ୍ଣୁ, ବୋହୂ ପାର୍ବତୀ ଓ ସାତ ବର୍ଷର ନାତି ଗଜେନ୍ଦ୍ର ଏବଂ ୫ ବର୍ଷର ନାତୁଣୀ କମଳାଙ୍କୁ ନେଇ ହସଖୁସିରେ ଚାଲିଥିଲା ସଂସାର। ହେଲେ ସମୟରେ ସ୍ରୋତରେ ଏବେ ପରିବାର କହିଲେ ସେ ଏବଂ ତାଙ୍କ ନାତିନାତୁଣୀ। ପୁଅର ମୃତ୍ୟୁ ପରେ ବୋହୂ ବାପଘରକୁ ଚାଲିଯାଇଛି। ବୋହୂ ପାର୍ବତୀଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି କୁନ୍ତୀ।

ନିଜ ଜୀବନର ସୂର୍ଯ୍ୟାସ୍ତକୁ ପରଳପକା ଆଖିରେ ଦେଖି ପାରୁଥିଲେ ବି ନାତିନାତୁଣିଙ୍କ ଭବିଷ୍ୟତର ଆଲୋକ ସନ୍ଧାନରେ ଅଛନ୍ତି ଜେଜେମାଆ। ପର ଘରେ କୁଲି ମଜୁରି ଓ ସରକାରଙ୍କ ଠାରୁ ପାଉଥିବା ହଜାରେ ଟଙ୍କା ଭତ୍ତାରେ ଦୁଇ ଶିଶୁକୁ ଧରି ଜୀବନ କାଟୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe