ପାରାଦୀପ: ପୁଅର ମୃତ୍ୟୁ ଖବର ଶୁଣି ଟଳିପଡିଲେ ବାପା ।

29

କନକ ବ୍ୟୁରୋ : ପୁଅର ମୃତ୍ୟୁ ଖବରରେ ମର୍ମାହତ ବାପାର ମୃତ୍ୟୁ । ଏଭଳି ହୃଦୟବିଦାରକ ଘଟଣା ଘଟିଛି ପାରାଦୀପ ଲକ ଥାନା ଅନ୍ତର୍ଗତ ନିମିତି ଗାଁରେ । ଗାଁର ବିଭୁତି ରଂଜନ ପଣ୍ଡାଙ୍କ ମୃତ୍ୟୁ ଖବର ଶୁଣି ବାପା ରମାକାନ୍ତ ପଣ୍ଡାଙ୍କର ମୃତ୍ୟୁ ହୋଇଛି । ବିଭୁତିଙ୍କ ମୃତଦେହ ନିକଟସ୍ଥ ଏକ ଧାନ ଜମିରେ ପଡିଥିବା ଖବର ଶୁଣିବା ପରେ ରମାକାନ୍ତଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି ।

ତେବେ ଏଠି ପ୍ରଶ୍ନ ଉଠୁଛି ବିଭୁତିଙ୍କୁ କିଏ ଓ କାହିଁକି ମାରିଲା ? ତାଙ୍କ ମୃତଦେହ ଧାନ ଜମିକୁ ଆସିଲା କିଭଳି ? ବିଭୁତି ନିଖୋଜ ଥିଲେ କି ? ବାପା-ପୁଅଙ୍କ ମୃତ୍ୟୁ ପରେ ମିନିତି ଗାଁରେ ଶୋକର ଛାୟା ଖେଳିଯାଇଥିବା ବେଳେ ପୁଲିସ ବିଭୁତିଙ୍କ ମୃତ୍ୟୁ ପଛର କାରଣ ଖୋଜୁଛି ।