କନକ ବ୍ୟୁରୋ : ପୁଅର ମୃତ୍ୟୁ ଖବରରେ ମର୍ମାହତ ବାପାର ମୃତ୍ୟୁ । ଏଭଳି ହୃଦୟବିଦାରକ ଘଟଣା ଘଟିଛି ପାରାଦୀପ ଲକ ଥାନା ଅନ୍ତର୍ଗତ ନିମିତି ଗାଁରେ । ଗାଁର ବିଭୁତି ରଂଜନ ପଣ୍ଡାଙ୍କ ମୃତ୍ୟୁ ଖବର ଶୁଣି ବାପା ରମାକାନ୍ତ ପଣ୍ଡାଙ୍କର ମୃତ୍ୟୁ ହୋଇଛି । ବିଭୁତିଙ୍କ ମୃତଦେହ ନିକଟସ୍ଥ ଏକ ଧାନ ଜମିରେ ପଡିଥିବା ଖବର ଶୁଣିବା ପରେ ରମାକାନ୍ତଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି ।
ତେବେ ଏଠି ପ୍ରଶ୍ନ ଉଠୁଛି ବିଭୁତିଙ୍କୁ କିଏ ଓ କାହିଁକି ମାରିଲା ? ତାଙ୍କ ମୃତଦେହ ଧାନ ଜମିକୁ ଆସିଲା କିଭଳି ? ବିଭୁତି ନିଖୋଜ ଥିଲେ କି ? ବାପା-ପୁଅଙ୍କ ମୃତ୍ୟୁ ପରେ ମିନିତି ଗାଁରେ ଶୋକର ଛାୟା ଖେଳିଯାଇଥିବା ବେଳେ ପୁଲିସ ବିଭୁତିଙ୍କ ମୃତ୍ୟୁ ପଛର କାରଣ ଖୋଜୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/Screen-shot-2017-10-20-at-11.57.59-AM.png)