ପୌଷ୍ୟ କନ୍ୟା ପ୍ରତି ବାପାର ଅମାନବୀୟ ଅତ୍ୟାଚାର : ଅଝଟ ହେବାରୁ ପିଠା ଖଡିକାରେ ଦେଲେ ଚେଙ୍କ, ଶିଶୁ କନ୍ୟାକୁ ଉଦ୍ଧାର କରି ପୁଲିସ ଜିମା ଦେଲେ ସ୍ଥାନୀୟ ଲୋକ

Advertisment
ପୌଷ୍ୟ କନ୍ୟା ପ୍ରତି ବାପାର ଅମାନବୀୟ ଅତ୍ୟାଚାର : ଅଝଟ ହେବାରୁ ପିଠା ଖଡିକାରେ ଦେଲେ ଚେଙ୍କ, ଶିଶୁ କନ୍ୟାକୁ ଉଦ୍ଧାର କରି ପୁଲିସ ଜିମା ଦେଲେ ସ୍ଥାନୀୟ ଲୋକ

କନକ ବ୍ୟୁରୋ : ବ୍ରହ୍ମପୁରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଜଣେ ବାପାର ଅମାନବୀୟ ଚେହେରା ପଦାକୁ ଆସିଛି, ଯେତେବେଳେ ଝିଅ ଅଝଟ ହେବାରୁ ତାକୁ ପିଠା ଖଡିକାରେ ଚେଙ୍କ ଦେଇଛି ନୃଶଂସ ବାପା ।

publive-image

ଅବଶ୍ୟ ମିଳିଥିବା ସୂଚନା ଅନୁସାରେ ଝିଅଟି ତାଙ୍କର ପୋଷ୍ୟ କନ୍ୟାବୋଲି ଜଣାପଡିଛି । ବ୍ରହ୍ମପୁର ଶ୍ରୀରାମ ନଗର ସାହିର ଦାଶରଥୀ ମାଝି ନିଜ ଝିଅକୁ ପ୍ରତିପାଳନ କରିବାରେ ଅସମର୍ଥ ହେବାରୁ ରାଜେନ୍ଦ୍ର ଗୌଡକୁ ଦେଇଥିଲେ । ହେଲେ କୌଣସି କାରଣ ପାଇଁ ଅଳି କରୁଥିବା ୪ବର୍ଷର କୁନି ଝିଅକୁ ଅତି ଅମାନବୀୟ ଭାବେ ତତଲା ଖଡିକାରେ ଚେଙ୍କି ଦେଇଥିଲେ ରାଜେନ୍ଦ୍ର । ସ୍ଥାନୀୟ ଲୋକେ ଶିଶୁକନ୍ୟାଟିକୁ ଉଦ୍ଧାର କରି ବଡବଜାର ଥାନାରେ ହସ୍ତାନ୍ତର କରିଛନ୍ତି । ପୋଲିସ ପୁରା ମାମଲାର ଛାନଭିନ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe