କନକ ବ୍ୟୁରୋ : ବ୍ରହ୍ମପୁରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଜଣେ ବାପାର ଅମାନବୀୟ ଚେହେରା ପଦାକୁ ଆସିଛି, ଯେତେବେଳେ ଝିଅ ଅଝଟ ହେବାରୁ ତାକୁ ପିଠା ଖଡିକାରେ ଚେଙ୍କ ଦେଇଛି ନୃଶଂସ ବାପା ।
ଅବଶ୍ୟ ମିଳିଥିବା ସୂଚନା ଅନୁସାରେ ଝିଅଟି ତାଙ୍କର ପୋଷ୍ୟ କନ୍ୟାବୋଲି ଜଣାପଡିଛି । ବ୍ରହ୍ମପୁର ଶ୍ରୀରାମ ନଗର ସାହିର ଦାଶରଥୀ ମାଝି ନିଜ ଝିଅକୁ ପ୍ରତିପାଳନ କରିବାରେ ଅସମର୍ଥ ହେବାରୁ ରାଜେନ୍ଦ୍ର ଗୌଡକୁ ଦେଇଥିଲେ । ହେଲେ କୌଣସି କାରଣ ପାଇଁ ଅଳି କରୁଥିବା ୪ବର୍ଷର କୁନି ଝିଅକୁ ଅତି ଅମାନବୀୟ ଭାବେ ତତଲା ଖଡିକାରେ ଚେଙ୍କି ଦେଇଥିଲେ ରାଜେନ୍ଦ୍ର । ସ୍ଥାନୀୟ ଲୋକେ ଶିଶୁକନ୍ୟାଟିକୁ ଉଦ୍ଧାର କରି ବଡବଜାର ଥାନାରେ ହସ୍ତାନ୍ତର କରିଛନ୍ତି । ପୋଲିସ ପୁରା ମାମଲାର ଛାନଭିନ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/vlcsnap-2018-05-04-14h05m08s131.png)
/kanak/media/post_attachments/wp-content/uploads/2018/05/vlcsnap-2018-05-04-14h05m30s226-300x240.png)