୧୨ବର୍ଷର ଝିଅର ଜିଲ୍ଲା ପ୍ରଶାସନକୁ ଆକୁଳ ନିବେଦନ: ସୁନ୍ଦରଗଡ଼ରେ ବନ୍ଦ ହେଉ ମଦ; ଜିଲ୍ଲାପାଳଙ୍କୁ ଭେଟି ଦେଲେ କହିଲେ, ମଦ ପିଇ ମୋ ବାପା ମଲେ, ମଦଭାଟି ବନ୍ଦ କରନ୍ତୁ ସାର୍

52

କନକ ବ୍ୟୁରୋ: ହାତରେ ଦାବି ପତ୍ର ଧରି ଜିଲ୍ଲାପାଳଙ୍କ ଅଫିସରେ ପହଂଚିଥିବା ଏହି କୁନି ଝିଅର କଥା ଶୁଣିଲେ ପଥର ଛାତି ବି ତରଳି ଉଠିବ । ଝିଅଟି କହୁଛି ମଦ ମତେ ଅନାଥ କରିଛି । ମଦ ପିଇ ପିଇ ବାପାଙ୍କ ମୃତ୍ୟୁ ହେଲା । ବାପାଙ୍କୁ ଝୁରି ଝୁରି ମାବି ମଶାଣିକୁ ଚାଲିଗଲା । ଏବେ ମୁଁ ଏକୁଟିଆ ଏବଂ ସମ୍ପୁର୍ଣ୍ଣ ଅସହାୟ । ତେଣୁ ମତେ ବାପାମା’ ଛେଉଣ୍ଡ କରି ଦାଣ୍ଡରେ ଛାଡ଼ି ଦେଇଥିବା ମଦଭାଟିକୁ ତୁରନ୍ତ ବନ୍ଦ କରାଯାଉ ।

ଏଭଳି ଆକୁଳ ନିବେଦନ ସହିତ ରାଣୀବଗିଚାର ଏହି ୧୨ ବର୍ଷର ଝିଅ ବର୍ଷ ପ୍ରିୟଦର୍ଶନି ସୋରେଙ୍ଗ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ପୂର୍ବରୁ ମଦ ବିରୋଧୀ ମହିଳା ସଂଘ ଜିଲ୍ଲାରେ ମଦଭାଟି ବନ୍ଦ କରିବା ପାଇଁ ଆନ୍ଦୋଳନକୁ ଓଲାଇଥିଲା । ଏବେ ମଦ ବନ୍ଦ କରିବା ପାଇଁ କୁନି ଝିଅଟିଏ ଜିଲ୍ଲାପାଳଙ୍କୁ ଭେଟି ଗୁହାଳି କରିବା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି ।

Comments are closed.