କନକ ବ୍ୟୁରୋ: ହାତରେ ଦାବି ପତ୍ର ଧରି ଜିଲ୍ଲାପାଳଙ୍କ ଅଫିସରେ ପହଂଚିଥିବା ଏହି କୁନି ଝିଅର କଥା ଶୁଣିଲେ ପଥର ଛାତି ବି ତରଳି ଉଠିବ । ଝିଅଟି କହୁଛି ମଦ ମତେ ଅନାଥ କରିଛି । ମଦ ପିଇ ପିଇ ବାପାଙ୍କ ମୃତ୍ୟୁ ହେଲା । ବାପାଙ୍କୁ ଝୁରି ଝୁରି ମାବି ମଶାଣିକୁ ଚାଲିଗଲା । ଏବେ ମୁଁ ଏକୁଟିଆ ଏବଂ ସମ୍ପୁର୍ଣ୍ଣ ଅସହାୟ । ତେଣୁ ମତେ ବାପାମା’ ଛେଉଣ୍ଡ କରି ଦାଣ୍ଡରେ ଛାଡ଼ି ଦେଇଥିବା ମଦଭାଟିକୁ ତୁରନ୍ତ ବନ୍ଦ କରାଯାଉ ।
ଏଭଳି ଆକୁଳ ନିବେଦନ ସହିତ ରାଣୀବଗିଚାର ଏହି ୧୨ ବର୍ଷର ଝିଅ ବର୍ଷ ପ୍ରିୟଦର୍ଶନି ସୋରେଙ୍ଗ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ପୂର୍ବରୁ ମଦ ବିରୋଧୀ ମହିଳା ସଂଘ ଜିଲ୍ଲାରେ ମଦଭାଟି ବନ୍ଦ କରିବା ପାଇଁ ଆନ୍ଦୋଳନକୁ ଓଲାଇଥିଲା । ଏବେ ମଦ ବନ୍ଦ କରିବା ପାଇଁ କୁନି ଝିଅଟିଏ ଜିଲ୍ଲାପାଳଙ୍କୁ ଭେଟି ଗୁହାଳି କରିବା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/9-25.jpg)