କନକ ବ୍ୟୁରୋ : କରୋନା ଉଜାଡ଼ି ଦେଲା ସଂସାର । ୨୪ଘଣ୍ଟା ଭିତରେ ବାପା ପୁଅଙ୍କର ମୃତ୍ୟୁ ହୋଇଛି । ରାୟଗଡା ସହରର ଜଣେ ଜଣାଶୁଣା ସୁନା ବ୍ୟବସାୟୀ ତଥା କୋଟି କୋଟି ଟଙ୍କାର ମାଲିକ ପେଦିସେଟି କୁମାର ସ୍ୱାମୀ ଦୁଇଟି ଡ଼ୋଜ ନେଇଥିଲେ ମଧ୍ୟ କରୋନାରେ ତାଙ୍କର ମୃତ୍ୟୁ ହୋଇଛି । ଚଳିତ ମାସ ପହିଲାରେ ସ୍ୱର୍ଗତ କୁମାର ସ୍ୱାମୀଙ୍କ ସ୍ତ୍ରୀ ଓ ସାନ ପୁଅ କରୋନାରେ ଆକ୍ରାନ୍ତ ହୋଇ ଦୀର୍ଘ ଦିନ ଚିକିତ୍ସିିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ  ।

Advertisment

ସ୍ତ୍ରୀ ଆଉ ସାନ ପୁଅ ଘରକୁ ଫେରିବାର  ୪ ଦିନ ପରେ ନିଜେ କୁମାର ସ୍ୱାମୀ, ବଡ ପୁଅ ସୁଧିର କୁମାର ଓ ସାନ ବୋହୁ ଆକ୍ରାନ୍ତ ହୋଇ ସଙ୍ଗରୋଧରେ ରହିଥିଲେ  । ପରେ କୁମାର ସ୍ୱାମୀ, ପୁଅ ସୁଧୀର ଓ ସାନ ବୋହୁ ବିଶାଖାପାଟନମର ଆପୋଲୋ ହସପିଟାଲରେ ଚିକିତ୍ସିିତ ହେଉଥିଲେ  । ଦୀର୍ଘ ୭ ଦିନର ସଂଗ୍ରାମ ପରେ ଗତ କାଲି ବାପା କୁମାର ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ଘଣ୍ଟା ପରେ ବଡ ପୁଅ ସୁଧୀରଙ୍କ ମୃତ୍ୟୁ ହୋଇଛି  । ପରିବାରର ଦୁଇଜଣ ମୃତ୍ୟୁବରଣ କରିଥିବା ବେଳେ ସାନବୋହୂ ଚିକିିତ୍ସାଧିନ ଅଛନ୍ତି  ।