ବଲାଙ୍ଗୀରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବୋଲେରୋ ଧକ୍କାରେ ଜଳିଗଲା ବାଇକ । ବାପା-ପୁଅ ମୃତ, ମାଆ ଓ ବର୍ଷକର ଶିଶୁ ଗୁରୁତର

148

କନକ ବ୍ୟୁରୋ : ବଲଙ୍ଗିରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୋଲେରୋ ଧକ୍କାରେ ଜଳିଗଲା ବାଇକ୍ । ଘଟଣାସ୍ଥଳରେ ବାପ-ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ମା’ ଓ ବର୍ଷକର ଶିଶୁ ପୁତ୍ର ଗୁରୁତର ଭାବେ ଆହତ ହୋଇଛନ୍ତି । ବୋଲେରୋ ଓ ବାଇକ୍ ମୁହାଁମୁହିଁ ଧକ୍କା ହେବା ପରେ ବାଇକଟି ଜଳିଯାଇଥିଲା । ଫଳରେ ବାପ ପୁଅଙ୍କର ମୃତ୍ୟୁ ହୋଇଛି । ମା’ ଓ ବର୍ଷକର ଶିଶୁକୁ ଚିକିତ୍ସା ପାଇଁ ତୁସୁରା ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ।

ଘଟଣାସ୍ଥଳରେ ମା ଓ ବର୍ଷକର ଶିଶୁକୁ ସ୍ଥାନୀୟ ଲୋକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଶିଶୁ ମା’ଟିର ଅବସ୍ଥା ଗୁରୁତର ରହିଛି । ସେମାନେ ହସ୍ପିଟାଲରେ ଚିକିତ୍ସାଧିନ ରହିଛନ୍ତି ।

Comments are closed.