କନକ ବ୍ୟୁରୋ : ବଲଙ୍ଗିରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୋଲେରୋ ଧକ୍କାରେ ଜଳିଗଲା ବାଇକ୍ । ଘଟଣାସ୍ଥଳରେ ବାପ-ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ମା’ ଓ ବର୍ଷକର ଶିଶୁ ପୁତ୍ର ଗୁରୁତର ଭାବେ ଆହତ ହୋଇଛନ୍ତି । ବୋଲେରୋ ଓ ବାଇକ୍ ମୁହାଁମୁହିଁ ଧକ୍କା ହେବା ପରେ ବାଇକଟି ଜଳିଯାଇଥିଲା । ଫଳରେ ବାପ ପୁଅଙ୍କର ମୃତ୍ୟୁ ହୋଇଛି । ମା’ ଓ ବର୍ଷକର ଶିଶୁକୁ ଚିକିତ୍ସା ପାଇଁ ତୁସୁରା ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ।
ଘଟଣାସ୍ଥଳରେ ମା ଓ ବର୍ଷକର ଶିଶୁକୁ ସ୍ଥାନୀୟ ଲୋକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଶିଶୁ ମା’ଟିର ଅବସ୍ଥା ଗୁରୁତର ରହିଛି । ସେମାନେ ହସ୍ପିଟାଲରେ ଚିକିତ୍ସାଧିନ ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/accident-1200.jpg)