କନକ ବ୍ୟୁରୋ: ଖୋର୍ଦ୍ଧା ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା । ଜାତୀୟ ରାଜପଥର ଚକାପଦା ଠାରେ କାର ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଆରୋହି ବାପ ପୁଅଙ୍କର ମୃତ୍ୟୁ ହୋଇଛି । ମୃତ ବାପ ପୁଅ ହେଲେ ବୋଲଗଡ଼ର ମଧୁସୁଦନ ଦାସ ଓ କ୍ଷୀରୋଦ ଦାସ । ସୂଚନା ଅନୁସାରେ ମଧୂସୁଦନ ଦାସଙ୍କ ଝିଅ ବାହାଘର ଆଉ ମାତ୍ର ମାସେ ଥିବା ବେଳେ ବାହାଘର ପାଇଁ ଜିନିଷ ପତ୍ର କିଣିବାକୁ ଯାଉଥିବା ବାପ ପୁଅ । ଦୁର୍ଘଟଣାରେ ବାପା ଓ ପୁଅଙ୍କ ମୃତ୍ୟୁ ହୋଇଛି ।