କରୋନା ଆଣିଲା ଦାରୁଣ ଦୁଃଖ । ବାପା-ମାଆଙ୍କୁ ଛଡେଇ ନେଲା ମହାମାରୀ । ଆଠ ବର୍ଷର କୁନି ଝିଅ କାନ୍ଧରେ ଦେଢ ମାସର ପୁଅ ।

297

କନକ ବ୍ୟୁରୋ: ମହାମାରୀ କେବଳ ଜୀବନ ନିଏ ତାହା ନୁହେଁ, ବେଳେବେଳେ ବଂଚିଥିବା ଲୋକଙ୍କୁ ଏଭଳି ଅସହାୟ ସ୍ଥିତିରେ ଛାଡ଼ିଯାଏ ଯେଉଁଠି ଜୀବନ ଆହୁରି ଦୁର୍ବିସହ ହୋଇପଡ଼େ । ୮ ବର୍ଷର କୁନି ଝିଅ କ୍ରିଷ୍ଣା, ତା’ର ଦେଢ ମାସର ଭାଇ ଦୁନିଆଁକୁ ଚିହ୍ନିବା ଆଗରୁ ବାପା-ମା ଛେଉଣ୍ଡ କରି ଦେଇଛି କରୋନା । ମହାମାରୀ ସମୟରେ କରୋନାର ଏଭଳି କରୁଣ କାହାଣୀ ଆସିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଂଚଳରୁ ।

କଟକ କ୍ୟାନ୍ସର ହସ୍ପିଟାଲରେ ଷ୍ଟାଫ୍ ନର୍ସ ଥିବା କରୋନାରେ ମା’ ସ୍ମିତା ପଣ୍ଡାଙ୍କର ମୃତ୍ୟୁ ହୋଇଥିଲା । ସ୍ତ୍ରୀଙ୍କ ମୃତ୍ୟୁ ପରେ ଭାଙ୍ଗିପଡିଥିଲେ ସ୍ୱାମୀ କମଳେଶ୍ । ସ୍ମିତାଙ୍କ ମୃତ୍ୟୁର ଠିକ୍ ୧୫ ଦିନ ପରେ ବାପା କମଳେଶ୍ ପଜିଟିଭ୍ ଆସିଲା । ଆଉ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଦେଲେ ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଂଚଳର କମଳେଶ ପଣ୍ଡା ।

ନିଷ୍ଠୁର ବିଧାତା କରୋନା ଆଗପଛ କରି ଛଡେଇ ନେଇଛି ମା-ବାପାକୁ । କୁନି ଝିଅ କ୍ରିଷ୍ଣା ଓ ଦେଢ ମାସର ଶିଶୁ ଏବେ କେମିତି ରହିବେ, କଣ ହେବ ସେମାନଙ୍କ ଭବିଷ୍ୟତ ତାହା ଏବେ ବିରାଟ ପ୍ରଶ୍ନ ହୋଇ ରହିଛି । ହେଲେ ଏହାରି ଭିତରେ ସେ ତା ସାନ ଭାଇକୁ ବଡ ମଣିଷ କରିବ ବୋଲି କଥା ଦେଇଛି ।