ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଶିଶୁ ଚୋରି ଘଟଣା: ଗିରଫ ହେଲେ ବାପା-ଆଈ

1,248

କନକ ବ୍ୟୁରୋ: ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ନବଜାତ ଶିଶୁ ଚୋରି ଘଟଣା । ଶିଶୁ କନ୍ୟାର ବାପା ଆଈକୁ ଗିରଫ କଲା ପୋଲିସ । ଗତ ଶନିବାର ଶିଶୁକନ୍ୟାକୁ ଚୋରି ନେଇ ଅଭିଯୋଗ ହୋଇଥିଲା । ସିସିଟିଭି ଆଧାରରେ ତଦନ୍ତ ଚଳାଇଥିଲା ପୋଲିସ ।

ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ଏକ ନବଜାତ ଶିଶୁ କନ୍ୟା ଶନିବାର ଚୋରିହେବା ଘଟଣା ଅଂଚଳରେ ଚର୍ଚ୍ଚା ବିଷୟ ହୋଇଥିଲା । ରବିବାର ଦିନ  ସହର ଠାରୁ ୧୨ କିମି ଦୂର ଅର୍ଜୁନପୁର ଠାରୁ କନ୍ୟାଟି ଉଦ୍ଧାର ହୋଇଥିଲା । ଶିଶୁଟିକୁ ଏକ ଲୁଗାରେ ଘୋଡ଼ାଇ ସେଠାରେ ପକାଇ ଦିଆଯାଇଥିଲା । ଶିଶୁଟି ସୁସ୍ଥ ଥିବା ବେଳେ ତାକୁ ଏସଏନସିୟୁରେ ରଖାଯାଇଥିଲା । ଏହି ଘଟଣାରେ ପୋଲିସ ଶିଶୁଟିର ବାପା ଗଜେନ୍ଦ୍ର ତାଣ୍ଡିଆ ଏବଂ ଆଇ ପାନ୍ତି ଜାଲଙ୍କୁ ଅଟକ ରଖି ପଚରା ଉଚରା କରାଯାଇଥିଲା ।

ତେବେ ବିରମହାରାଜପୁର ବ୍ଲକ ଷଣ୍ଢା ଗାଁର ଗଜେନ୍ଦ୍ର ତାଣ୍ଡିଆଙ୍କ ପତ୍ନୀ ସନ୍ତୋଷିନୀ ସୁବଣ୍ଣପୁର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଶୁକ୍ରବାର ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । ଶନିବାର ସକାଳେ ଜଣେ ମହିଳା ଶିଶୁଟିକୁ ଟିକା ଦେବା ବାହାନାରେ ନବଜାତ ଶିଶୁ କନ୍ୟାକୁ ଚୋରି କରିନେଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ ହୋଇଥିଲା ।