ବାପା ଝିଅଙ୍କୁ ୨ ମାସ ଦୂର କରିଦେଇଥିଲା ଲକଡ଼ାଉନ୍ … ବାପାଙ୍କ ଘର ବାହୁଡ଼ାରେ କୁନିଝିଅର ପ୍ରତିକ୍ରିୟା ଦେଖି କାନ୍ଦିଲା ସୋସିଆଲ୍ ମିଡିଆ । ଭାଇରାଲ୍ ହେଉଛି ଭିଡିଓ ।

3,526

ଭିତରୁ ଅଜସ୍ର ପ୍ରେମ , ବାହାରୁ ଆକଟର ମୁଖା ଲଗାଇଥିବା ମଣିଷଟିର ନାଁ ହେଉଛି ବାପା । ମା’ଗର୍ଭରେ ୧୦ ମାସର ଯନ୍ତ୍ରଣା ସହେ ହେଲେ ବାପା’ ପୁରା ଜୀବନ ସନ୍ତାନର ଅଳିଅର୍ଦ୍ଦଳୀକୁ ସହେ । କୁହନ୍ତି ମା’ପୁଅର ସଂପର୍କ ଏବଂ ବାପଝିଅର ସଂପର୍କ ଅନ୍ଧବାଡ଼ି ଭଳି ହୋଇଥାଏ । ଯାହାର ଅନେକ ଉଦାହରଣ ଆପଣ ଦେଖିଥିବେ । ସୋସିଆଲ୍ ମିଡିଆରେ ଏମିତି ହିଁ ଏକ ଭିଡିଓ ଭାଇରାଲ୍ ହେଉଛି । ୨ ମାସ ପରେ ବାପାଙ୍କୁ ଘରେ ଦେଖିବା ପରେ କୁନିଝିଅଟି କାନ୍ଦି କାନ୍ଦି ବାପାଙ୍କ ପାଖକୁ ଯାଉଛି ଏବଂ ବାପାଙ୍କୁ ଆଲିଙ୍ଗନ କରି କାନ୍ଧରେ ଶୋଇରହୁଛି । ପୁଣି କାନ୍ଧରୁ ଉଠି ବାପାଙ୍କ ମୁହଁକୁ ବଲବଲ କରି ଚାହୁଁଛି । ଏହି ଭିଡିଓଟି ସୋସିଆଲ୍ ମିଡିଆରେ ପୋଷ୍ଟ୍ ହେବା ପରେ ଖୁବ୍ ଭାଇରାଲ୍ ହୋଇଛି । ଭିଡିଓକୁ ଇଣ୍ଡିଆନ୍ ଫରେଷ୍ଟ୍ ଅଫିସର୍ ସୁଧା ରମଣ୍ ସେୟାର୍ କରିଥିଲେ ।

 

କ୍ୟାପଟେନ୍ ଧବଲ୍ ଲକଡାଉନ୍ ସମୟରେ ଘରଠାରୁ ଅଢେଇମାସ ଦୂର ରହିଥିଲେ । ତାଲାବନ୍ଦ ସାମାନ୍ୟ କୋହଳ ହେବା ପରେ ସେ ଯେତେବେଳେ ଘରେ ପହଁଚିଲେ ଝିଅ ଶିଲୋହ ବାପାଙ୍କୁ ଦେଖି ଖୁସି ହୋଇ କାନ୍ଦିପକାଇଥିଲା । କୁନିଝିଅ ବାପାଙ୍କୁ ଜାବୁଡି ଧରି କିଛି ସମୟ ପାଇଁ ଚାହିଁରହିଲା । ଟ୍ୱିଟର ୟୁଜର୍ ମହେଶ୍ ନାୟକ ଭିଡିଓ ସେୟାର୍ କରି ଲେଖିଛନ୍ତି , “ଲକଡାଉନରେ ଅଢେଇମାସ ଅଲଗା ରହିଥିବା ବାପା-ଝିଅଙ୍କ ସାକ୍ଷାତ ସମୟର ଅନାବିଳ ସ୍ନେହ । ଅନେକ ସମୟପରେ ଦେଖା ହୋଇଥିବା ବାପା-ଝିଅଙ୍କ ନିରବ କଥା ।” କିଛି ୟୁଜର୍ ଭିଡିଓକୁ ଦେଖି ପ୍ୟାରି ଯାଦୁ କି ଝପ୍ପି ବୋଲି କହିଛନ୍ତି ।