କନକ ବ୍ୟୁରୋ : ଭାରସାମ୍ୟ ହରାଇ କଲଭର୍ଟକୁ ଧକ୍କା ଦେଲା କାର । ଦୁର୍ଘଟଣାରେ ବାପା-ଝିଅଙ୍କ ମୃତ୍ୟୁ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଯଶଟିକିରି ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଏଭଳି ଦୁର୍ଘଟଣା । ସୂଚନା ଅନୁସାରେ, ଗୋଆରୁ ଏକ ପରିବାର କାର୍ ଯୋଗେ ହାଓଡା ଅଭିମୁଖେ ଯାତ୍ରା କରୁଥିଲେ । ତେବେ ଯଶଟିକିରି ଠାରେ କାରଟି ଭାରସାମ୍ୟ ହରାଇ କଲଭର୍ଟକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ୫ ଜଣ ଆହତ ହୋଇଥିବା ନେଇ ମଧ୍ୟ ସୂଚନା ରହିଛି । ସେଥିମଧ୍ୟରୁ ୩ଜଣ ଗୁୁରୁତର ଥିବା ଜଣାପଡ଼ିଛି । ହସ୍ପିଟାଲରେ ସମସ୍ତଙ୍କ ଚିକିତ୍ସା ଚାଲିଛି ।
କଲଭର୍ଟକୁ ଧକ୍କା ଦେଲା କାର୍ । ଦୁର୍ଘଟଣାରେ ବାପା ଓ ଝିଅଙ୍କ ମୃତ୍ୟୁ, ଶାଶୂ ଓ ବୋହୂ ଗୁରୁତର
/kanak/media/post_attachments/wp-content/uploads/2024/04/30-8.jpg)