କନକ ବ୍ୟୁରୋ: ଛତିଶଗଡ କୱର୍ଦ୍ଧାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଭୀଷଣ ସଡକ ଦୁର୍ଘଟଣା ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । କୁହାଯାଉଛି ଯେ ଏକ ଘାଇରେ ପିକ୍ ଅପ ଭ୍ୟାନ ଭାରସାମ୍ୟ ହରାଇ ଖସିପଡିଛି । ଏହି ପିକଅପ ଭ୍ୟାନରେ ୨୫ରୁ ୩୦ ଲୋକ ଯାଉଥିଲେ । କୱର୍ଦ୍ଧା ଏସପିଙ୍କ କହିବାନୁସାରେ, ଏକ ପିକଅପ ଭ୍ୟାନ ଘାଇକୁ ପଲଟିଯିବା ଫଳରେ ୧୫ ଲୋକଙ୍କ ମୃତ୍ୟୁ ହୋଇଛି, ୮ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।