ବରଗଡରେ ସାଂଘାତିକ ଅଭିଯୋଗ : ମେଡିକାଲରେ ରୋଗୀଙ୍କୁ ଦିଆଯାଉଛି ଏକ୍ସପାରୀ ଔଷଧ 

86

କନକ ବ୍ୟୁରୋ : ବରଗଡ଼ ସରକାରୀ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କୁ ମିଳୁଛି ଏକ୍ସପାଇରୀ ମେଡିସିନ୍ । ଅର୍ଥାତ୍ ବ୍ୟବହାର ଉପଯୋଗୀ ନଥିବା ଔଷଧ ଦିଆଯାଉଥିବା ନେଇ ଏକ ସାଂଘାତିକ୍ ଅଭିଯୋଗ ଆସିଛି । ଖଲିଆପାଲିର ଜଣେ ରୋଗୀ ଚିକିତ୍ସା ପାଇଁ ଡାକ୍ତରଖାନା ଆସିଥିଲେ । ଡାକ୍ତରଙ୍କୁ ଦେଖା କରିବା ପରେ ଡାକ୍ତର ତାଙ୍କୁ ଔଷଧ ଲେଖିଦେଇଥିଲେ । ଡାକ୍ତରଙ୍କ ଚିଠା ନେଇ ନିରାମୟ କେନ୍ଦ୍ରକୁ ଯାଇଥିବା ସମୟରେ ତାଙ୍କୁ ବ୍ୟବହାର ଅନୁପଯୋଗୀ ଔଷଧ ଦେଇଥିବା ନେଇ ଅଭିଯୋଗ କରିଛନ୍ତି ।

ଅଭିଯୋଗୀକାରୀ ରୋଗୀ ଜଣକ ହେଉଛନ୍ତି ଖଲିଆପାଲି ଗାଁର ସୁକାନ୍ତ ସୁନା । ଗୋଡ଼ରେ ହୋଇଥିବା କ୍ଷତ ପାଇଁ ସେ ବରଗଡ଼ ସହରରେ ଥିବା ପୁରୁଣା ଡାକ୍ତରଖାନାକୁ ଯାଇଥିଲେ । ସେଠି ତାଙ୍କୁ ଏକ୍ସପାଇରୀ ମେଡିସିନ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ତାଙ୍କ ସ୍ପଷ୍ଟିକରଣ ରଖିଛନ୍ତି ।