କନକ ବ୍ୟୁରୋ: ସିବିଏସଇର ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇବା ପରେ ଭୁବନେଶ୍ୱରର ସେଂଟ ଜାଭିୟର ଇଂଟରନ୍ୟାସନାଲ ସ୍କୁଲ କର୍ତୃପକ୍ଷଙ୍କ ନାଁରେ ସାଂଘାତିକ ଅଭିଯୋଗ ଆସିଛି । କିଛି ଅଭିଭାବକ ଅଭିଯୋଗ ଆଣିଛନ୍ତି ଯେ, ତାଙ୍କ ପିଲାଙ୍କୁ ଅନ୍ୟ ସ୍କୁଲରେ ଆଡମିଶନ କରିବାକୁ ସେମାନେ ନିଷ୍ପତି ନେଇଥିବାରୁ ଏହି ସ୍କୁଲ ପକ୍ଷରୁ ସେମାନଙ୍କ ମାଟ୍ରିକ ମାର୍କ କମ କରିଦିଆଯାଇଛି ।
ଏଥର ପରୀକ୍ଷା ହୋଇନଥିବାରୁ ସ୍କୁଲ କରିଥିବା ଅଭ୍ୟାସ ପରୀକ୍ଷାରୁ ନମ୍ବର ଦିଆଯାଇଥିଲା । ଏହି ଅଭିଯୋଗ ସତ ବୋଲି ପ୍ରମାଣ କରିବା ପାଇଁ ଅଭିଭାବକ ଏକ ଅଡିଓଟେପ ବି ରିଲିଜ କରିଛନ୍ତି, ଯେଉଁଥିରେ ସ୍କୁଲ କର୍ତୃପକ୍ଷ ଓ ଜଣେ ଅଭିଭାବକଙ୍କ ମଧ୍ୟରେ କଥାବାର୍ତା ରେକର୍ଡ ହୋଇଛି ।