ଟ୍ରକକୁ ପଛପଟୁ ପିଟିଲା ଟ୍ରାଭେଲର୍, ୭ ମୃତ, ୧୦ ଗୁରୁତର । ଘଟଗାଁ ବାଲିଯୋଡି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା

244

କନକ ବ୍ୟୁରୋ: କେନ୍ଦୁଝର ଘଟଗାଁ ବାଲିଯୋଡି ନିକଟରେ ଭୟଙ୍କର ଦୁର୍ଘଟଣା । ଟ୍ରକକୁ ପଛପଟୁ ପିଟିଲା ଟ୍ରାଭେଲର । ଘଟଣାସ୍ଥଳରେ ୭ ମୃତ, ୧୦ ଗୁରୁତର । ଗଂଜାମରୁ କେନ୍ଦୁଝର ମା’ ତାରିଣୀଙ୍କ ଦର୍ଶନ କରିବାକୁ ଆସୁଥିବାବେଳେ ଏଭଳି ଘଟଣା ଘଟିଥିବା ଜଣାପଡିଛି ।

ସୂଚନା ମୁତାବକ, ଟ୍ରାଭେଲରରେ ଗଂଜାମର ପାଖାପାଖି ୧୯ଜଣ ଯାତ୍ରୀ ମା’ ତାରିଣୀଙ୍କ ଦର୍ଶନ କରିବାକୁ ଆସୁଥିଲେ । ଟ୍ରାଭେଲର ଦ୍ରୁତଗତିରେ ଆସୁଥିବାବେଳେ ଭାରସାମ୍ୟ ହରାଇ ଟ୍ରକକୁ ପଛପଟୁ ପିଟିଥିଲା । ଫଳରେ ଭୟଙ୍କର ଦୁର୍ଘଟଣା ଘଟିଥିଲା । ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିବାବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଲେ ସେମାନଙ୍କୁ ଅନ୍ୟତ୍ର ଚିକିତ୍ସା ପାଇଁ ପଠାଯିବା ବୋଲି କୁହାଯାଉଛି । ତେବେ ଏଯାଏଁ ମୃତକ କିମ୍ବା ଗୁରୁତରଙ୍କ ପରିଚୟ ମିଳିପାରିନାହିଁ ।