କନକ ବ୍ୟୁରୋ: ରାଜଧାନୀ ରାଜରାସ୍ତାରେ ଡର ଲାଗୁଛି । ରାଜଧାନୀରେ ଦୁର୍ଘଟଣା । ଏକ କାର ଦୁର୍ଘଟଣାର ଶିକାର ହୋଇଛି । ଦୁର୍ଘଟଣା ଏତେ ଜୋରରେ ହୋଇଛି ଯେ କାରଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଟ୍ରକକୁ ପିଟିଛି କାର । କାର ଭିତରେ ୫ ଯୁବକ ଥିବା ଜଣାପଡିଛି । ଏମାନଙ୍କ ମଧ୍ୟରୁଜଣକର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଏମ୍ସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଡିଭାଇଡରକୁ ଡେଇଁ ଦୁର୍ଘଟଣା ହୋଇଛି । ମୃତ ଯୁବକ ବାଲିଅନ୍ତାର ବିଶ୍ୱଜିତ ରାୟ ବୋଲି ଜଣାପଡିଛି । ଅନ୍ୟ ଆହତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ । ତମାଣ୍ଡୋ ଥାନା ପୁଲିସ ଘଟଣାସ୍ଥଳରେ ପଂହଚି ତଦନ୍ତ ଆରମ୍ଭ କରିଛି । ସେହିପରି ବରମୁଣ୍ଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ୨ ଜଣ ଯୁବକ ଗୁରୁତର ହୋଇଥିବା ସୂଚନା ମିଳିଛି ।
ରାଜଧାନୀର ପାତ୍ରପଡାରେ ମର୍ମନ୍ତୁଦ ଦୁର୍ଘଟଣା: ଭରାସାମ୍ୟ ହରାଇ ଟ୍ରକକୁ ପିଟିଲା କାର୍, ବାଲିଅନ୍ତାର ଜଣେ ଯୁବକଙ୍କ ମୃତ୍ୟୁ
/kanak/media/post_attachments/wp-content/uploads/2024/06/accident.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)