କନକ ବ୍ୟୁରୋ : ୪୯ ନମ୍ବର ଜାତୀୟ ରାଜପଥ କୋଲାବିରା ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଜଣଙ୍କ ଜୀବନ ଯାଇଛି । କୋଲାବିରା ଥାନା ଅନ୍ତର୍ଗତ ଶିରିଆପାଳି ଜଙ୍ଗଲ ମଝିରେ ଏହି ଦୁର୍ଘଟଣା ହୋଇଛି । ଭାଇ-ଭଉଣୀଙ୍କର ମୃତ୍ୟୁ ହୋଇଥିବା ବେଳେ ଭାଣିଜୀ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି ।

Advertisment

ମିଳିଥିବା ସୂଚନା ଅନୁସାରେ ଝାରସୁଗୁଡ଼ା ପଟୁ ଆସୁଥିବା କାର ସହ ମୋଟର ସାଇକେଲ୍ର ମୁହାଁମୁହିଁ ଧକ୍କା ହୋଇଥିଲା । ଆହତମାନଙ୍କୁ ଉଦ୍ଧାର କରି ଝାରସୁଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବାଇକ ଚଳାଉଥିବା ଅର୍ଜୁନ ପଟେଲ ଓ ତାଙ୍କ ଭଉଣୀ ଅଞ୍ଜଳି ପଟେଲଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର । ଅଂଜଳିଙ୍କ ୩ ବର୍ଷର ଝିଅଙ୍କ ଅବସ୍ଥଶ ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଭଉଣୀ ଓ ଭାଣିଜୀଙ୍କୁ ସାଙ୍ଗରେ ନେଇ ନିଜ ଗାଁ କୁମୁଡ଼ାପାଳିକୁ ଯାଉଥିଲେ ଅର୍ଜୁନ । ଦୁର୍ଘଟଣା ଖବର ପାଇବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ପରିବାର ଉପରେ ଭାଙ୍ଗି ପଡ଼ିଛି ଦୁଃଖର ପାହାଡ଼ ।