ବଦଳିଲା ଟୋଲ୍ ଗେଟ୍ ନିୟମ...ବିନା ଫାଷ୍ଟାଗ ଯାନ ସହ ଏଣିକି ଏହି ଗାଡିମାନଙ୍କଠାରୁ ବି ଆଦାୟ କରାଯିବ ଦୁଇଗୁଣା ଟୋଲ ଟ୍ୟାକ୍ସ...ସଡକ ପରିବହନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି

Advertisment
ବଦଳିଲା ଟୋଲ୍ ଗେଟ୍ ନିୟମ...ବିନା ଫାଷ୍ଟାଗ ଯାନ ସହ ଏଣିକି ଏହି ଗାଡିମାନଙ୍କଠାରୁ ବି ଆଦାୟ କରାଯିବ ଦୁଇଗୁଣା ଟୋଲ ଟ୍ୟାକ୍ସ...ସଡକ ପରିବହନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି

କନକ ବ୍ୟୁରୋ: ବଦଳିଲା ଟୋଲ୍ ଗେଟ୍ ନିୟମ । ଏଣିକି ଅବୈଧ କିମ୍ବା ନଷ୍ଟ ହୋଇଯାଇଥିବା ତଥା ଖରାପ ଫାଷ୍ଟାଗ ବିଶିଷ୍ଟ ଗାଡିମାନଙ୍କଠାରୁ ଜାତୀୟ ରାଜପଥରେ ଆଦାୟ କରାଯିବ ଦୁଇଗୁଣା ଟୋଲ ଟ୍ୟାକ୍ସ । ପୂର୍ବରୁ ଯେଉଁ ଗାଡିଗୁଡିକ ବିନା ଫାଷ୍ଟାଗରେ ଟୋଲ ଗେଟ୍ ଦେଇ ଯାଉଥିଲେ ସେମାନଙ୍କଠାରୁ ଦୁଇ ଗୁଣା ଟୋଲ ଟ୍ୟାକ୍ସ ଆଦାୟ କରାଯାଉଥିଲା ।

ସଡକ ପରିବହନ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ଯଦି କୌଣସି ଗାଡି ବିନା ଫାଷ୍ଟାଗ କିମ୍ବା ନଷ୍ଟ ହୋଇଯାଇଥିବା ଫାଷ୍ଟାଗ ସହ ଟୋଲ ପ୍ଲାଜାର ଫାଷ୍ଟାଗ ଲାଇନରେ ପ୍ରବେଶ କରିବ ତେବେ ଏଭଳି ଗାଡିଙ୍କୁ ଦୁଇଗୁଣା ଟୋଲ ଟ୍ୟାକ୍ସ ଦେବାକୁ ପଡିବ । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନ୍ୟାସନାଲ ହାଇୱେ ଫି ଆଇନ ଅନୁସାରେ ଏହି ଟ୍ୟାକ୍ସ ଆଦାୟ କରାଯିବ । ଲୋକଙ୍କ ଯାତ୍ରା ସୁଗମ ତଥା ସୁରକ୍ଷିତ କରିବା ପାଇଁ ଏବଂ ଡିଜିଟାଲ ଟ୍ରାନାକ୍ସନକୁ ପ୍ରାଥମିକତା ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ୨୦୧୯, ଡିସେମ୍ବର ୧୫ ତାରିଖରେ ସମସ୍ତ ଗାଡି ପାଇଁ ଫାଷ୍ଟାଗକୁ ବାଧ୍ୟତାମୂଳକ କରିଥିଲେ ।

ଏଠାରେ ଆମେ କହି ରଖୁଛୁ ଯେ, ରେଡିଓ ଫ୍ରିକ୍ୱେଏନ୍ସ ଆଇଡିଟିଫିକେସନ ତଥା ଆରଏଫଆଇଡି ଟେକ୍ନୋଲୋଜିରେ କାମ କରୁଥିବା ଫାଷ୍ଟାଗ ଉଭୟ ପ୍ରିପେଡ୍ ତଥା ୟୁଜରଙ୍କ ଜମା ଖାତା ସହ ଆଟାଚ୍ ହୋଇଥାଏ । ଫଳରେ ନ୍ୟାସନାଲ ହାଇୱେରେ ଆପଣା ଛାଏଁ ଟୋଲ୍ ପେମେଂଟ ହୋଇଯାଇଥାଏ । ତେବେ ଏହି ଫାଷ୍ଟାଗ ଗାଡିମାନଙ୍କର ୱିଣ୍ଡୋସ୍କ୍ରିନରେ ଲଗାଯାଇଥାଏ । ଯାହା ଜରିଆରେ ମଣିଷ ସଂପର୍କରେ ଆସିବା ବିନା ହିଁ ଟୋଲ ଟ୍ୟାକ୍ସର ପେମେଂଟ ହୋଇଯାଇଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe