କାଲି ରାଜ୍ୟ କ୍ୟାବିନେଟ୍ ବୈଠକ । ପ୍ରଥମ ଥର ପାଇଁ ଭିଡିଓ କନଫରେନ୍ସିଂ ଜରିଆରେ ହେବ ବୈଠକ ।

261

କନକ ବ୍ୟୁରୋ : ଆସନ୍ତା ୯ ତାରିଖ ଗୁରୁବାର ସକାଳେ ରାଜ୍ୟ କ୍ୟାବିନେଟ୍‌ ବୈଠକ ବସିବ । କୋଭିଡ୍‌-୧୯ ଯୋଗୁଁ ତାଲାବନ୍ଦ ଥିବାରୁ ସାମାଜିକ ଦୂରତା ରକ୍ଷା ଦୃଷ୍ଟିରୁ ଏହି କ୍ୟାବିନେଟ୍‌ ବୈଠକ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍‌ସିଂ ଜରିଆରେ ଅନୁଷ୍ଠିତ ହେବ । ପୂର୍ବରୁ ଏପରି ଭିଡିଓ କନଫରେନ୍‌ସିଂ ଜରିଆରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାର ନଜିର ନାହିଁ । ତେବେ କ୍ୟାବିନେଟ୍‌ ଏଜେଣ୍ଡା ଏ ପର୍ଯ୍ୟନ୍ତ କୌଣସି ମନ୍ତ୍ରୀମାନଙ୍କୁ ପ୍ରଦାନ କରାଯାଇ ନାହିଁ  ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କ୍ୟାବିନେଟ୍‌ ବୈଠକ ସକାଳ ୧୦ଟା ୪୫ରେ ହେବାର ସମ୍ଭାବନା ରହିଛି । ଏଜେଣ୍ଡା ସମ୍ପର୍କରେ ମନ୍ତ୍ରୀମାନଙ୍କୁ ଆସନ୍ତାକାଲି ସୁଦ୍ଧା କିମ୍ବା ଗୁରୁବାର ସକାଳେ ଟେଲିଫୋନ୍‌ ଓ ଇ-ମେଲ୍‌ ଯୋଗେ ଜଣାଇଦିଆଯିବ । କରୋନା ସତର୍କତା ପଦକ୍ଷେପ ସ୍ବରୂପ ସଂସଦୀୟ ବ୍ୟାପାର ବିଭାଗକୁ ଅଣକ୍ରିଟିକାଲ୍‌ ବର୍ଗ ବୋଲି ସରକାର ଘୋଷଣା କରିଥିବାରୁ ଏହି ବିଭାଗର କର୍ମଚାରୀମାନେ ଲୋକସେବା ଭବନ ଆସୁନାହାନ୍ତି ।