ଫାଷ୍ଟ ଟ୍ୟାଗ୍ ପାଇଁ ନୂଆ ଆଇନ୍ । ଏଣିକି ସବୁଗାଡି ପାଇଁ ବାଧ୍ୟତା ମୂଳକ ଫାଷ୍ଟଟ୍ୟାଗ,ପଞ୍ଜିକରଣ ଓ ବୀମା ପୂର୍ବରୁ ଦେଖାଇବାକୁ ହେବ ଫାଷ୍ଟଟ୍ୟାଗ୍ ଆଇଡି

1,372

କନକ ବ୍ୟୁରୋ : ଏବେ ସବୁ ଗାଡି ପାଇଁ ବାଧ୍ୟତାମୂଳକ ହେବ ଫାଷ୍ଟଟ୍ୟାଗ୍ ବ୍ୟବସ୍ଥା । ଏନେଇ ଅଧିସୂଚନା ଜାରି କଲେ କେନ୍ଦ୍ର ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ । ସୂଚନା ମୁତାବକ ୨୦୨୧ ସୁଦ୍ଧା ସମସ୍ତ ପୁରୁଣା ଗାଡି ପାଇଁ ବି ଫାଷ୍ଟଟ୍ୟାଗ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି । ଡିସେମ୍ବର ୨୦୧୭ ପୂର୍ବରୁ ବିକ୍ରି କରାଯାଇଥିବା ସମସ୍ତ ୪ ଚକିଆ ବାହନ ପାଇଁ ଏହି ବ୍ୟବସ୍ଥା ଲାଗୁ କରାଯିବ । ଏଥିପାଇଁ କେନ୍ଦ୍ରୀୟ ମୋଟରଯାନ ଆଇନ ୧୯୮୯ ର ସଂଶୋଧନ କରାଯାଇଛି । ଏଥିପାଇଁ କେନ୍ଦ୍ର ରାଜମାର୍ଗ ମନ୍ତ୍ରଣାଳୟ ୬ ନଭେମ୍ବରରୁ ଅଧିସୂଚନା ଜାରି କରିସାରିଛନ୍ତି ।
କେନ୍ଦ୍ରୀୟ ମୋଟରଯାନ ନିୟମ ୧୯୮୯ ଅନୁଯାୟୀ ୧ ଡିସେମ୍ବର ୨୦୧୭ ରୁ ବିକ୍ରି ହୋଇଥିବା ସମସ୍ତ ଚାରି ଚକିଆ ବାହନର ସମସ୍ତ ପ୍ରକାର ପଞ୍ଜିକରଣ ପାଇଁ ଫାଷ୍ଟଟ୍ୟାଗ୍ ବାଧ୍ୟତା ମୂଳକ କରାଯାଇଛି । ଯାହାକି ବାହନ ନିର୍ମାଣକାରୀ ଶିଳ୍ପ ଓ ସେମାନଙ୍କର ବିକ୍ରେତା ମାନେ ବାହାନ ବିକ୍ରି ବେଳେ ଏହାକୁ ବାଧ୍ୟତା ମୂଳକ କରାଇବା ଆରମ୍ଭ କରିଛନ୍ତି ।
ପରିବହନ କାର୍ଯ୍ୟରେ ନିୟୋଜିତ ଥିବା ବାହନ ଗୁଡିକର ଫିଟନେସ୍ ପ୍ରମାଣ ପତ୍ର ପାଇଁ ପ୍ରଥମେ ଫାଷ୍ଟଟ୍ରାଗ୍ ଲଗାଇବାକୁ ବାଧ୍ୟତା ମୂଳକ କରାଯାଇଛି । ଏହାସହ ରାଷ୍ଟ୍ରୀୟ ପରିମିଟ୍ ବାହାନ ପାଇଁ ବି ଅକ୍ଟୋବର ୨୦୧୯ ଠାରୁ ଫାଷ୍ଟଟ୍ୟାଗ୍ ଲଗାଇବାକୁ ବାଧ୍ୟତା ମୂଳକ କରିଛନ୍ତି ସରକାର ।
ତୃତୀୟ ପକ୍ଷ ବୀମା ପାଇଁ ବି ଫାଷ୍ଟ ଟ୍ୟାଗକୁ ଜୁରୁରି କରାଯାଇଛି । ଫର୍ମ ୫୧ ର ସଂଶୋଧନ ଜରିଆରେ ଏହା ବାଧ୍ୟତା ମୂଳକ କରାଯାଇଛି କି ଯେ କୌଣସି ବ୍ୟକ୍ତି ଥାର୍ଡପାର୍ଟି ବୀମା କରିବା ପୂର୍ବରୁ ସେହି ବାହାନରେ ଫାଷ୍ଟଟ୍ୟାଗ ଲଗାଯାଇଥିବା ଜରୁରୀ । ଏହି ବୀମା ସହିତ ଫାଷ୍ଟଟ୍ୟାଗ୍ ଆଇଡି ସାମିଲ କରାଯିବ । ଏହି ଆଇନ ୨୦୨୧ ଠାରୁ ଲାଗୁ କରାଯିବ ବୋଲି ବିଭାଗ ସୂଚନା ଦେଇଛି ।
ଏହି ଅଧିସୂଚନା କେବଳ ଡିଜିଟାଲ ପେମେଣ୍ଟ ମାଧ୍ୟମରେ ଟୋଲପ୍ଲାଜା ଦେୟ ଦେବାକୁ ଲାଗୁ କରାଯାଇଥିଲା । ଯାହାକି ଟୋଲପ୍ଲାଜାରେ ହେଉଥିବା ଦୁର୍ନୀତିକୁ ରୋକିବାକୁ ସରକାରଙ୍କ ତରଫରୁ ଏକ ବଡ ପଦକ୍ଷେପ ଥିଲା । ଅନ୍ୟପଟେ ଏହି ଫାଷ୍ଟଟ୍ୟାଗ୍ ପେମେଣ୍ଟ ବ୍ୟବସ୍ଥା ଦ୍ୱାରା ବାହାନଗୁଡିକକୁ ଆଉ ଟୋଲପ୍ଲାଜା ନିକଟରେ ଘଂଟା ଘଂଟା ଧରି ଅପେକ୍ଷା କରିବାକୁ ପଡିବ ନାହିଁ ।