ବିଶ୍ୱର ପ୍ରଥମ ଦେଶ ଭାବେ ପ୍ରଥମେ ନୂଆବର୍ଷ ପାଳନ କଲା ନ୍ୟୁଜିଲାଣ୍ଡ । ପୁରୁଣା ବର୍ଷକୁ ବିଦାୟ ଦେଇ ଆତଶବାଜୀରେ ନୂଆବର୍ଷକୁ ସ୍ୱାଗତ କଲେ ଦେଶବାସୀ

119

କନକ ବ୍ୟୁରୋ : ସାରା ବିଶ୍ୱରେ ନୂଆବର୍ଷ ୨୦୨୧ ନୂଆ ସମ୍ଭାବନା ନେଇ ଆସୁଛି । ବର୍ଷ ୨୦୨୦ କୁ ଏବେ ବିଦାୟ ଦେବାର ସମୟ ଆସିଛି । ବର୍ଷ ୨୦୨୦ ରେ ସାରା ବିଶ୍ୱ କରୋନା ଭଳି ମହାମାରୀର ସାମ୍ନା କରିଛି । ଏବେ ନୂଆ ବର୍ଷରେ ନୂଆ ଆଶା ନେଇ ୨୦୨୧ ଆସିଛି । ଆଶା କରାଯାଉଛି କି ନୂଆ ବର୍ଷ ସବୁକିଛି ସାମାନ୍ୟ କରିଦେବ । ଭାରତରେ ରାତି ୧୨ ଟା ପରେ ନୂଆବର୍ଷ ପାଳନ କରାଯିବାକୁ ଥିବା ବେଳେ ନ୍ୟୁଜିଲାଣ୍ଡରେ ସବୁଠାରୁ ଆଗେ ବା ପ୍ରଥମେ ନୂଆବର୍ଷ ପାଳନ କରାଯାଉଥିବା ଦେଖିବାକୁ ମିଳିଛି ।

ଭାରତୀୟ ସମୟ ଗୁରୁବାର ୩.୩୦ ମିନିଟରୁ ନ୍ୟୁଜିଲାଣ୍ଡବାସୀ ପାଳନ କରୁଛନ୍ତି ନୂଆବର୍ଷ । ସମ୍ପୁର୍ଣ୍ଣ ଆନନ୍ଦ ଉଲ୍ଲାସର ସହିତ ବାଣ, ରୋଶଣୀ ଓ ଆତସବାଜୀରେ ନ୍ୟୁଜଲାଣ୍ଡର ଆଁକଲାଣ୍ଡ ଠାରେ ଲୋକମାନେ ନୂଆବର୍ଷକୁ ସ୍ୱାଗତ କରିଛନ୍ତି । ଏହାସହ ଅନ୍ୟଦେଶ ମାନଙ୍କରେ ନୂଆବର୍ଷକୁ ସ୍ୱାଗତ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଷ୍ଟାଣ୍ଡାର୍ଡ ଟାଇମ ମୁତାବକ ବିଶ୍ୱର ନ୍ୟୁଜିଲାଣ୍ଡରେ ସବୁଠାରୁ ଶୀଘ୍ର ଏହି ସମୟ ଆସିଥାଏ । ଅର୍ଥାତ ଅନ୍ୟ ଦେଶ ମାନଙ୍କର ସମୟ ମୁତାବକ ନ୍ୟୁଜଲାଣ୍ଡରେ ଶୀଘ୍ର ରାତି ୧୨ ଟା ବାଜିଯାଇଥାଏ ।

ଦୁନିଆର ପ୍ରଥମ ଦେଶଭାବେ ପ୍ରଥମେ ନ୍ୟୁଜିଲାଣ୍ଡ ନୂଆବର୍ଷ ପାଳନ କରିଥାଏ । ଦେଶବାସୀ ୨୦୨୦ କୁ ବିଦାୟ ଦେଇ ୨୦୨୧ କୁ ସ୍ୱାଗତ କରିବାକୁ ବିଭିନ୍ନ ସାଜ ସଜ୍ଜା କରିଥାନ୍ତି । ନ୍ୟୁଜିଲାଣ୍ଡର ଦକ୍ଷୀଣ ଦିଗରେ ଥିବା ପ୍ରଶାନ୍ତ ମହାସାଗରୀୟ ଦେଶ ମାନଙ୍କରେ କୋଭିଡ ଭଳି ମହାମାରୀ ନଥିବାରୁ ସେଠାରେ ପୂର୍ବବର୍ଷ ମାନଙ୍କ ଭଳି ଆନନ୍ଦ ଉଲ୍ଲାସରେ ନୂଆବର୍ଷକୁ ବି ସ୍ୱାଗତ କରାଯାଉଛି । ଅନ୍ୟଦେଶ ମାନଙ୍କରେ ଏବେ କରୋନା ମହାମାରୀ ଚାଲିଥିବା ବେଳେ ସରକାର ବିଭିନ୍ନ କଟକଣା ଲଗାଇଛନ୍ତି । ଫଳରେ ଲୋକମାନେ ପୂର୍ବବର୍ଷ ଭଳି ଏବର୍ଷ ନୂଆବର୍ଷକୁ ପାଳନ କରିବାରେ ବାଧା ଉପୂୁଜିଛି ।